ଭାରତ ମହାସାଗରରୁ ମିଳିଲା ବିରଳ ପ୍ରଜାତିର ମାଛ

ବ୍ରହ୍ମପୁର ଅଫିସ,୧୭ା୧: ଗଞ୍ଜାମ ଜିଲା ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡ୍‌ଏସ୍‌ଆଇ)କୁ ପୁଣି ଏକ ସଫଳତା ମିଳିଛି। ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଗବେଷଣା କରି ବିରଳ ପ୍ରଜାତିର ଆରିଓଶୋମା ମାଜୁସ୍‌ ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାଛ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ବେଳେ ପ୍ରଥମଥର ପାଇଁ ଭାରତ ମହାସାଗରରୁ ମିଳିଛି । ଏହାର ଲମ୍ବ ୨୪୬-୨୯୦ ମିଲିମିଟର। ସମ୍ୟକ ଧଳା ମିଶ୍ରିତ ବାଦାମୀ ରଙ୍ଗର ଏହି ମାଛ ଗଭୀର ସମୁଦ୍ର ମଧ୍ୟରେ ରହିଥାନ୍ତି। ଛୋଟ ଗେଣ୍ଡା ଓ ଗୁଳ୍ମ ଏମାନଙ୍କ ଖାଦ୍ୟ। ମାଛର ମେରୁଦଣ୍ଡ ରହିଛି। ଏଥିରେ ୧୪୧ରୁ ୧୪୪ ଖଣ୍ଡ ହାଡ଼ ରହିଥିବା ଡ. ମହାପାତ୍ର କହିଛନ୍ତି। ଏହି ମାଛ ବିଷାକ୍ତ ହୋଇ ନ ଥିଲେ ମଧ୍ୟ ଅଦରକାରୀ ଭାବେ ପରିଗଣତି ହୋଇଥାନ୍ତି ା ସୂଚନାଯୋଗ୍ୟ, ମାଛଟିକୁ ୨୦୨୦ ଜୁଲାଇ ୨୪ରେ ପଶ୍ଚିମବଙ୍ଗର ପେଟୁଆ ଘାଟଠାରୁ ଗୋପାଳପୁରସ୍ଥିତ ଜେଡ୍‌ଏସ୍‌ଆଇକୁ ଅଣାଯାଇଥିଲା।

Share