Categories: ବାଣିଜ୍ୟ

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ବିଶେଷକରି ଅଙ୍କୁରା ଭୁବନେଶ୍ୱରର ଡା.ବିଚିତ୍ରାନନ୍ଦ, ଡା.ଅଜୟ, ଡା.ଶୁଭ୍ରାଂଶୁ ଓ ଡା.ପ୍ରିୟବ୍ରତଙ୍କ ନେତୃତ୍ୱରେ ହସ୍ପିଟାଲର ଶିଶୁ ଡାକ୍ତରଖାନାର ଡାକ୍ତରମାନଙ୍କ ମିଳିତ ଟିମ୍‌ ଏହି ଅସ୍ତ୍ରୋପଚାର କରିଛନ୍ତି। ଏପରିକି ବିରଳ ଜେନେଟିକ୍‌ ରୋଗରେ ପୀଡ଼ିତ ବାଲୁଗାଁର ଯାଆଁଳା ଶିଶୁମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସାଙ୍ଗକୁ ଶିଶୁମାନଙ୍କର ମେଟାବୋଲିଜମ୍‌ର ଇନ୍‌ବର୍ନ ଏରର୍ସ ନାମକ ଏକ ଅବସ୍ଥା ଥିଲା ଓ ସେମାନଙ୍କ ପାଇଁ ବିଶେଷ ଯତ୍ନର ଆବଶ୍ୟକତା ରହିଥିଲା। ଏହି ଟିମ୍‌ ସେମାନଙ୍କ ପାଇଁ ଏକ ବିଶେଷ ଚିକିତ୍ସା ଯୋଜନା ପ୍ରସ୍ତୁତକରି ଉନ୍ନତ ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ସହାୟତାରେ ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏ ନେଇ ଅଙ୍କୁରାର ବରିଷ୍ଠ ଶିଶୁ ବିଶେଷଜ୍ଞ ଡା. ବିଚିତ୍ରାନନ୍ଦ କହିଛନ୍ତି, ଆମେ ଭାବିଥିଲୁ ଶିଶୁଙ୍କ ଚିକିତ୍ସା ଇତିହାସକୁ ଆଧାରକରି ଜନ୍ମରୁ ମେଟାବୋଲିକ୍‌ ରୋଗ ରହିପାରେ। ଏହି ସମସ୍ୟା ପ୍ରତି ଏକ ଲକ୍ଷ ଶିଶୁଙ୍କ ମଧ୍ୟରୁ ୫୦.୯ ଶିଶୁଙ୍କୁ ପ୍ରଭାବିତକରେ ଓ ୦.୪% ଶିଶୁଙ୍କ ଜୀବନ ହାନି ଘଟାଇଥାଏ। ଏହା ଶିଶୁଙ୍କଠାରେ ମେଟାବୋଲିକ୍‌ ପ୍ରକ୍ରିୟାରେ ସମସ୍ୟା ଥିବା ଯୋଗୁ ହୋଇଥାଏ। ଏହା ବିଭିନ୍ନ ବଂଶଗତ ମେଟାବୋଲିକ୍‌ ରୋଗ ବିଭିନ୍ନ ଜିନ୍‌ ପରିବର୍ତ୍ତନ ଯୋଗୁ ହୋଇଥାଏ। ଏହି ଅବସ୍ଥାକୁ ପରିଚାଳନା କରିବା ଓ ପ୍ରଭାବିତ ଶିଶୁଙ୍କ ସମସ୍ୟାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାକରଣ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରୋଗର ଗୁରୁତ୍ୱ ଅନୁସାରେ ଚିକିତ୍ସା ଯୋଜନା ପ୍ରସ୍ତୁତ କରାଯାଇ ଚିକିତ୍ସା କରାଯାଏ।

Share