Categories: ବାଣିଜ୍ୟ

ବେଲେ ଭ୍ୟୁ କ୍ଲିନିକ୍‌ରେ ବିରଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୨୯।୯: କୋଲକାତାର ବେଲେ ଭ୍ୟୁ କ୍ଲିନିକ ପୂର୍ବ ଭାରତରେ ପ୍ରଥମ ଥର ପାଇଁ ମଧୁମେହ ଫୁଟ୍‌ ଅଲ୍‌ସରକୁ ଭଲ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ସକ୍ଷମ ଟିସୁ ପୁନର୍ଗଠନ ବାୟୋ-ପ୍ୟାଚ୍‌ ପ୍ରଚଳନ କରିଛି। ଏପରିକି ମଧୁମେହ କ୍ଷେତ୍ରରେ ପାଦ ଘା’ର ପୁନରାବୃତ୍ତି ଏବଂ ବିଳମ୍ବରେ ଆରୋଗ୍ୟ ହୋଇଥାଏ। ମଧୁମେହ ପାଦର ଅଲ୍‌ସରରେ ପୀଡ଼ିତ ରୋଗୀମାନଙ୍କର ଅଙ୍ଗରେ ରକ୍ତ ଯୋଗାଣ ପର୍ଯ୍ୟାପ୍ତ ନ ଥିବା ଯୋଗୁ ଏହାର ସଫଳତା ହାର କମ୍‌ ଥିବାବେଳେ ସେମାନଙ୍କ ପାଇଁ ଅସ୍ତ୍ରୋପଚାର ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।

ଏ ସମ୍ପର୍କରେ ବେଲେ ଭ୍ୟୁ କ୍ଲିନିକ୍‌ର ସିଇଓ ପ୍ରଦୀପ ଟଣ୍ଡନ କହିଛନ୍ତି, ପୂର୍ବଭାରତର ପ୍ରଥମ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଭାବେ ଏଠାରେ ଏଆଇ-ସକ୍ଷମ ଟିସୁ ପୁନର୍ଗଠନ ମଧୁମେହ ଫୁଟ୍‌ ଅଲ୍‌ସର ସର୍ଜରି ସମ୍ପନ୍ନ ହୋଇପାରୁଛି। ଏହା ମଧୁମେହ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରୁ ମୁକ୍ତି ଦେଇପାରୁଛି। ଏହି ଅବସରରେ କୋରିଆର ଟିସୁ ପୁନର୍ଗଠନ ବିଶେଷଜ୍ଞମାନଙ୍କୁ ସ୍ବାଗତ କରିଥିଲେ (ଯେଉଁମାନେ ଏହି ବିଷୟରେ ବହୁ ଗବେଷଣା କରୁଛନ୍ତି)।

Share