Categories: ବାଣିଜ୍ୟ

ଆପୋଲୋ ଭୁବନେଶ୍ୱରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦।୭: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌କୁ ନିକଟରେ ଆଉ ଏକ ବିରଳ ସଫଳତା ମିଳିଥିବା ବେଳେ ଓଡ଼ିଶାର ପ୍ରଥମ ସିଟୁସ ଇନ୍‌ଭର୍ସସର ଚିକିତ୍ସା ସମ୍ପୂର୍ଣ୍ଣ କରାଯାଇଛି। ବିଶେଷକରି ଆକ୍ୟୁଟେ କୋଲେସିଷ୍ଟାଇଟିସରେ ଭର୍ତ୍ତି ହୋଇଥିବା ଜଣେ ୩୮ବର୍ଷୀୟା ମହିଳାଙ୍କର ଆବଶ୍ୟକ ଚିକିତ୍ସା ସହିତ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା। ଏପରିକି ଅସ୍ତ୍ରୋପଚାରର କିଛିଦିନ ପରେ ସମ୍ପୃକ୍ତ ମହିଳା ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେବ ଉକ୍ତ ରୋଗରେ ପୀଡ଼ିତ ଥିବା ମହିଳା ଜଣକ ନିକଟରେ ଆପୋଲୋ ଭୁବନେଶ୍ୱରରେ ଆଡମିଶନ ହେବା ସହିତ ଜେନେରାଲ ସର୍ଜରି ବିଭାଗର ବରିଷ୍ଠ ପରାମର୍ଶଦାତା ଡା. ତନ୍ମୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ।
ଏ ସମ୍ପର୍କରେ ଡା. ପଣ୍ଡା କହିଛନ୍ତି, ରୋଗୀର ପାରିପାର୍ଶ୍ୱକ ଘଟଣା ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ଯାଞ୍ଚ ପରେ ଜଣାପଡିଲା ଯେ ସମ୍ପୃକ୍ତ ରୋଗୀର ପେଟରେ ବିଭିନ୍ନ ସମସ୍ୟା ରହିଥିଲା। ବିଶେଷକରି ସମ୍ପୃକ୍ତ ରୋଗୀର ବାମ ସବ୍‌କୋଷ୍ଟଲା ଅଞ୍ଚଳରେ ଯନ୍ତ୍ରଣା ହେବା ସହିତ ବାନ୍ତି ହେଉଥିଲା। ଅପରପକ୍ଷରେ ଆପୋଲୋ ମୁଖ୍ୟ ପରିଚାଳନା ଅଧିକାରୀ ତଥା ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ଡା.ପଣ୍ଡା ଓ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ହସ୍ପିଟାଲ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Share