Categories: ଜାତୀୟ

ଦୁଇ ମୁହାଁ ଛୁଆ ଶାର୍କ ଉଦ୍ଧାର: ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୧୭।୧୦: ପ୍ରକୃତିରେ କିଛି ଏମିତି ଅନେକ ଜିନିଷ ରହିଛି, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଯେତେବେଳେ ଆମେ ଏହାକୁ ଦେଖିଥାଉ ସହଜରେ ବିଶ୍ୱାସ ମଧ୍ୟ କରିପାରି ନ ଥାଉ। ମହାରାଷ୍ଟ୍ରର ପାଲଘରରେ ଏମିତି କିଛି ଦେଖିବାକୁ ମିଳିଛି। ଏଠାରେ ଏକ ଦୁଇ ମୁହାଁ ଛୁଆ ଶାର୍କ ମାଛକୁ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ବିରଳ।
ସତପତି ଗାଁର ମତ୍ସ୍ୟଜୀବୀ ନିତିନ ପାଟିଲ ମାଛ ଧରିବା ପାଇଁ ଜାଲି ବିଛାଇ ଥିବାବେଳେ ତାଙ୍କ ଜାଲରେ ଏହି ଦୁଇ ମୁହାଁ ଛୁଆ ଶାର୍କ ପଡିଥିଲା। ଏହାକୁ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଫଟୋ ଉଠାଇବା ପରେ ପୁଣିଥରେ ତାକୁ ପିତିନ ସୁମଦ୍ରରେ ଛାଡି ଦେଇଥିଲେ। ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନଙ୍କ ମତରେ, ଶାର୍କର ଦୁଇ ମୁଣ୍ଡ ଥିବା ଜେନେଟିକ ସମସ୍ୟା ହୋଇପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

Share