Posted inଖେଳ

ରସାନନ୍ଦ-ମନୋଜ ଯୋଡ଼ି ପ୍ରଥମ

ସୋନପୁର,୨୮।୧୧(ମୃତ୍ୟୁଞ୍ଜୟ ଶତପଥୀ): ସ୍ବଚ୍ଛ, ସୁସ୍ଥ ଓ ସବୁଜ ମହାନଦୀ ବାର୍ତ୍ତା ନେଇ ପ୍ରତିବର୍ଷ ଭଳି ଚଳିତ ଥର ସୋନପୁର ସହର ତେନ୍ତୁଳିଘାଟସ୍ଥିତ ଭାଗବତ ପାଠାଗାର ପକ୍ଷରୁ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଥିଲା। ମହାନଦୀର ଲଙ୍କେଶ୍ୱର ଗଣ୍ଡ ନିକଟରେ ଆୟୋଜିତ ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ବୌଦ୍ଧ ଓ ଅନୁଗୋଳ ଜିଲାରୁ ୩୬ ଯୋଡି ପ୍ରତିଯୋଗୀ ଭାଗ ନେଇଥିଲେ । ବରଗଡ ଜିଲା ତୁରୁମ୍‌ର ରସାନନ୍ଦ ତରିଆ ଓ ମନୋଜ ପାଣ୍ଡେ ଯୋଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମ୍ବଲପୁରର ରାଧେଶ୍ୟାମ ମହାଳିକ ଓ ପ୍ରଦୀପ ବାଘ ଦ୍ୱିତୀୟ ଏବଂ ବୌଦ୍ଧ ତେନ୍ତୁଳିପାଲିର ମୁକେଶ ବେହେରା ଓ ପ୍ରମୋଦ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୟନିକାର ସଭାପତି ପ୍ରକାଶ ମେହେର, ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ, ଅତିରିକ୍ତ ଏସ୍‌ପି ବୀରେନ୍ଦ୍ର କୁମାର ନାଏକ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ପ୍ରକାଶ ସାହୁ, ଅଭିମନ୍ୟୁ କୁଶଳ, ଚକ୍ରାୟୁଧ ନାଏକ, ପ୍ରଭାତ ଦାନୀ ଓ ସୀତାରାମ ମହାପାତ୍ର ଯୋଗଦାନ କରିଥିଲେ । ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା। ପାଠାଗାର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ପବିତ୍ର କୁମାର ସାହୁ, କୋଷାଧ୍ୟକ୍ଷ ବୃଷଭ ବୁଡେକ, ସଭ୍ୟ ବୈଦ୍ୟନାଥ ସାହୁ, ମୁନା ବାରିକ, ସିଦ୍ଧାର୍ଥ କୁମାର ସାହୁ, ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ନାଏକ, ଚନ୍ଦନ ସେଠୀ ଓ ଲିକୁ ସେଠୀ ପ୍ରମୁଖ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ସଞ୍ଜୟ କୁମାର ସାହୁ ରେଫରି ଦାୟିତ୍ୱ ତୁଲାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri