Categories: ଜାତୀୟ

ପ୍ରଧାନମନ୍ତ୍ରୀ-ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ରଶିଦ ଅଲଭି…

ନୂଆଦିଲ୍ଲୀ,୨୧।୮ : ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପୂର୍ବତନ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ସ୍ଥଗିତ ରଖିବା ପରେ ତାଙ୍କା ନିର୍ବାଚନ ଲଢ଼ିବା ନେଇ ଆଲୋଚନା ଜୋର ଧରିଛି। ଉତ୍ତରପ୍ରଦେଶରେ କଂଗ୍ରେସର ନବନିଯୁକ୍ତ ସଭାପତି ଅଜୟ ରାୟ ଗଣମାଧ୍ୟମକୁ କହିଛନ୍ତି ରାହୁଲ ଗାନ୍ଧୀ ଅମେଠିରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବର୍ତ୍ତମାନ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି ଯଦି ରାହୁଲ ଗାନ୍ଧୀ ଅମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସ୍ମୃତି ଇରାନୀ ଅମାନତ ହରାଇବେ। ଅଲଭି ଏହା ମଧ୍ୟ କହିଛନ୍ତି ସ୍ମୃତି ହୁଏତ ଅମେଠି ଛାଡି ପାରନ୍ତି, କିନ୍ତୁ ମୁଁ ଭାଜପାକୁ ଅନୁରୋଧ କରୁଛି ତାଙ୍କୁ ପଳାଇବାକୁ ଦିଅନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯଦି ବାରଣସୀରୁ ପ୍ରିୟଙ୍କା ଗାନ୍ଧୀ ପ୍ରତିଦ୍ୱିନ୍ଦ୍ୱିତା କରନ୍ତି ତେବେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟକୁ ଫେରିଯିବେ ଏବଂ ସେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

Share