Categories: ଖେଳ

ଇତିହାସ ରଚିଲେ ଏହି କ୍ରିକେଟର୍‌: ମାତ୍ର ୨୪ ବର୍ଷ ବୟସରେ…

ନୂଆଦିଲ୍ଲୀ,୨୪।୧: ଆଫଗାନିସ୍ତାନ ସ୍ପିନର ରଶିଦ ଖାନ ନିଜ ବୋଲିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି। ବିଶ୍ୱର ଅନେକ ଫ୍ରାଞ୍ଚାଇଜ ତାଙ୍କୁ ଟି-୨୦ ଲିଗରେ ନିଜ ଦଳରେ ସାମିଲ କରିବାକୁ ଏକପ୍ରକାର ପ୍ରତିଯୋଗିତା କରନ୍ତି। ଏସଏସ୍‌ ଟି-୩୦ ଲିଗରେ ଏମ୍‌ଏଇ କେପଟାଉନ ଦଳର ନେତୃତ୍ୱ ନେଉଥିବା ରଶିଦ ଏକ ବଡ଼ ରେକର୍ଡ ସୃଷ୍ଟି କରଛନ୍ତି। ମାତ୍ର ୨୪ ବର୍ଷ ବୟସରେ ରଶିଦ ଟି-୨୦ କ୍ରିକେଟରେ ୫୦୦ ଉଇକେଟ ନେଛନ୍ତି।
ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ରଶିଦ ୪ ଓଭରରେ ମାତ୍ର ୧୬ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଏହି ଉଇକେଟ୍‌ ସହ ରଶିଦ ଟି-୨୦ କ୍ରିକେଟରେ ୫୦୦ ଉଇକେଟ ହାସଲ କରିଛନ୍ତି।
ମାତ୍ର ୨୪ ବର୍ଷ ବୟସରେ ୫୦୦ ଟି-୨୦ ଉଇକେଟ ନେଇ ରଶିଦ ବିଶ୍ୱର ସର୍ବ କନିଷ୍ଠ ବୋଲର ହେବାର ରେକର୍ଡ ସୃଷ୍ଟି କରିଥିଲେ। ଏହା ସହ ସେ ଏହି ଫର୍ମାଟରେ ୫୦୦ ଉଇକେଟ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଡ୍ବେନ ବ୍ରାଭୋ ସର୍ବାଧିକ ଟି-୨୦ ଉଇକେଟ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ୫୫୬ ଟି-୨୦ ମ୍ୟାଚରେ ସେ ୬୧୪ ଉଇକେଟ ନେଇଛନ୍ତି। ରଶିଦଙ୍କ ୩୭୧ ମ୍ୟାଚରେ ୫୦୦ ଉଇକେଟ ନେଇଛନ୍ତି। ତୃତୀୟ ନମ୍ବରରେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନଙ୍କ ନାଁ ରହିଛି। ସେ ୪୭୪ ଉଇକେଟ ନେଇଛନ୍ତ। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ୩୭୩ଟି ମ୍ୟାଚରେ ୪୬୬ ଉଇକେଟ ନେଇଛନ୍ତି। ପଞ୍ଚମ ସ୍ଥାନରେ ବାଂଲାଦେଶର ଶାକିବ ଅଲ ହାସନ ଅଛନ୍ତି। ୩୮୯ ମ୍ୟାଚ ଖେଳି ସେ ୪୩୬ ଉଇକେଟ ନେଇଛନ୍ତି।

Share