ନୂଆଦିଲ୍ଲୀ,୨୬।୧: ପାକିସ୍ତାନ ସୁପର ଲିଗର ଆଗାମୀ ସିଜିନରୁ ରସିଦ ଖାନ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ପ୍ରକୃତରେ, ରସିଦ ଖାନ ଅସ୍ତ୍ରୋପଚାର ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତେବେ ରସିଦଙ୍କ ଆଘାତ ଆଇପିଏଲ ଦଳ ଗୁଜରାଟ ଟାଇଟାନ୍ସର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ରସିଦ ଆଇପିଏଲ ପର୍ଯ୍ୟନ୍ତ ଫିଟ ହେବେ କି ନାହିଁ। ଗତ ବର୍ଷ ନଭେମ୍ବରରେ ରସିଦ ଅସ୍ତ୍ରୋପଚାର କରିଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରନ୍ତି, କିନ୍ତୁ ସେ ଭାରତ ବିପକ୍ଷ ୩ ଟି -୨୦ ସିରିଜରେ ଖେଳିପାରିନଥିଲେ। ଆଫଗାନିସ୍ତାନ ପ୍ରଶିକ୍ଷକ ଜୋନାଥନ ଟ୍ରଟ କହିଛନ୍ତି, ରସିଦଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେ ତତ୍ପର ନୁହଁ। ସେ ଆମ ପାଇଁ ଏକ ବଡ଼ ଖେଳାଳି। ଫିଟ ହେବା ପରେ ତାଙ୍କୁ ଶୀଘ୍ର ମଇଦାନରେ ଦେଖିବାକୁ ମିଳିବ।
ଆଇପିଏଲରେ ରସିଦଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି। ରସିଦ ଗୁଜରାଟ ଟାଇଟାନ୍ସ ଦଳରେ ଅଛନ୍ତି। ଯଦି ରସିଦ ଆଇପିଏଲ ପର୍ଯ୍ୟନ୍ତ ଫିଟ ନୁହଁନ୍ତି ତେବେ ଗୁଜରାଟ ଟାଇଟାନ୍ସ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।