Categories: ଖେଳ

ଶତକ ମାରିଥିବା ଖେଳାଳିଙ୍କୁ ଷ୍ଟ୍ରାଇକ୍‌ ଦେଲେନି

ମୁମ୍ବାଇ,୧୧।୭: ଶତକ ମାରିଥିବା ସତ୍ତ୍ୱେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଲେ ନାହିଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍‌। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ଓ୍ବାନ୍‌ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଆସୁଥିବା ଆଫଗାନିସ୍ତାନ ଟିମ୍‌ ବିରୋଧୀ ଟିମ୍‌କୁ ୨୯୨ରନ୍‌ର ଟାର୍ଗେଟ ଦେଇଥିଲା। ଦଳ ପକ୍ଷରୁ ଇବ୍ରାହିମ୍‌ ଜାଦ୍‌ରାନ ଶତକ ମାରିଥିଲେ। ହେଲେ ଶତକ ମାରିବା ସତ୍ତ୍ୱେ ରଶିଦ ତାଙ୍କ ଉପରେ ବିଶ୍ୱାସ ନ କରି ନ ଥିବା ଦେଖାଯାଇଛି।

ଆଫଗାନିସ୍ତାନ ଇନିଂସର ଅନ୍ତିମ ଓଭରରେ ମିଚେଲ ଷ୍ଟାର୍କ ବୋଲିଂ କରୁଥିଲେ। ରଶିଦ ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ଏହାପରେ ତାଙ୍କ ପାଖରେ ୧ ରନ୍‌ ନେବାର ସୁଯୋଗ ଥିଲା। ଏପରି କରି ସେ ବିସ୍ଫୋରକ ବ୍ୟାଟିଂ କରୁଥିବା ଜାଦ୍‌ରାନଙ୍କୁ ଷ୍ଟ୍ରାଇକ୍‌ ଦେଇଥାନ୍ତେ। ହେଲେ ସେ ତାହା କରି ନ ଥିଲେ। ନିଜ ଉପରେ ଅଧିକ ଭରସା କରି ସେ ବାକି ତକ ବଲ୍‌ ଖେଳିଥିଲେ। ପର ବଲ୍‌ରେ ଛକା, ଚତୁର୍ଥରେ ଶୂନ ଏବଂ ପଞ୍ଚମ ବଲ୍‌ରେ ଛକା ମାରିଥିଲେ। ଏହି ଓଭରରେ ମୋଟ ୧୬ ରନ୍‌ ଆସିଥିଲା। ରଶିଦ ୧୮ ବଲରେ ଅପରାଜିତ ୩୫ ରନର ଇନିଂସ ଖେଳିଥିଲେ। ହେଲେ ତାଙ୍କର ମଇଦାନରେ ଏଭଳି କାର୍ଯ୍ୟକୁ ଅନେକ ନାପସନ୍ଦ କରୁଛନ୍ତି।

Share