Categories: ଖେଳ

ଟି୨୦ରେ ରଶିଦଙ୍କ ରେକର୍ଡ

ଆବୁଧାବି,୭।୧୧: ଟି୨୦ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ୪୦୦ ଉଇକେଟ ପୂରଣ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାଁ। ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାର୍ଟି ଗୁପଟିଲଙ୍କୁ କ୍ଲିନ ବୋଲ୍ଡ କରି ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ତେବେ ୪୦୦ ଉଇକେଟ ହାତେଇବାରେ ୨୩ ବର୍ଷୀୟ ସ୍ପିନର ସବୁଠୁ ଦ୍ରୁତତମ। ସେ କ୍ୟାରିୟରର ୨୮୯ତମ ଟି୨୦ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେବଳ ୩ ଜଣ ବୋଲର ଏହି ସଫଳତା ହାସଲ କରିଥିଲେ।

ପ୍ରଥମ ବୋଲର ଭାବେ ଓ୍ବେଷ୍ଟଇଣ୍ଡିଜର ଡ୍ବେନ ବ୍ରାଭୋ ୩୬୪ତମ ମ୍ୟାଚ୍‌ରେ ୪୦୦ ତମ ଉଇକେଟ ହାତେଇଥିଲେ। ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଲରାଉଣ୍ଡର(୫୧୨ ମ୍ୟାଚ୍‌)ଙ୍କ ନାମରେ ରହିଛି ସର୍ବାଧିକ ୫୫୩ ଉଇକେଟ। ଖୁବ୍‌ କମ୍‌ ମ୍ୟାଚ୍‌ରେ ୪୦୦ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର (୩୨୦ ମ୍ୟାଚ୍‌) ଓ ଓ୍ବେଷ୍ଟଇଣ୍ଡିଜର ସୁନୀଲ ନାରିନ (୩୬୨ ମ୍ୟାଚ୍‌) ରହିଛନ୍ତି।

Share