ମାତ୍ର ୨୩ ବର୍ଷ ବୟସରେ ଟି-୨୦ରେ କ୍ରିକେଟ୍‌ରେ ବଡ଼ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୧।୫: ଗୁଜରାଟ ଟାଇଟାନ୍ସ (ଜିଟି) ଲେଗ-ସ୍ପିନର ରସିଦ ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାରେ ରସିଦ ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି।
ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରସିଦ ଖାନ ୩.୫ ଓଭରରେ ୨୪ ରନ ଦେଇ ୪ଟି ଉଇକେଟ ନେଇଥିଲେ। ବିଶ୍ୱର ତୃତୀୟ ବୋଲର ଟି-୨୦ କ୍ରିକେଟରେ ରସିଦ ୪୫୦ ଉଇକେଟ ପୂରଣ କରିଛନ୍ତି। ୨୩ ବର୍ଷୀୟ ରସିଦଙ୍କ ସାଂଘାତିକ ବୋଲିଂ ଯୋଗୁ ଗୁଜରାଟ ଟାଇଟାନ୍ସ ୬୨ ରନରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିଛି।

ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲର
ଡୱେନ ବ୍ରାଭୋ (ୱେଷ୍ଟଇଣ୍ଡିଜ) – ୫୮୭ ଉଇକେଟ
ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା) – ୪୫୧ ଉଇକେଟ
ରସିଦ ଖାନ (ଆଫଗାନିସ୍ତାନ) – ୪୫୦ ଉଇକେଟ
ସୁନୀଲ ନାରିନ (ୱେଷ୍ଟଇଣ୍ଡିଜ) – ୪୩୭ ଉଇକେଟ

Share