Categories: ବାଣିଜ୍ୟ

ରଶ୍ମୀ ଫିକି ଭୁବନେଶ୍ୱରର ଅଧ୍ୟକ୍ଷା

ଭୁବନେଶ୍ୱର,୩।୪: ଫେଡ଼େରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମହିଳା ସଂଗଠନ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଭାବେ ରୁଚି ଫୁଡ଼୍‌ଲାଇନର ନିର୍ଦ୍ଦେଶିକା ରଶ୍ମୀ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫିକି ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ରଶ୍ମୀ ଫିକି ଏଫ୍‌ଏଲ୍‌ଓର ପୂର୍ବତନ ଅଧ୍ୟକ୍ଷା ପୁନମ୍‌ ମହାପାତ୍ରଙ୍କଠାରୁ ୨୦୨୪-୨୫ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଯୁବ ଉଦ୍ୟୋଗୀ ସାହୁ ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଅର୍ଜନ କରିଛନ୍ତି। ବିଶେଷକରି ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ କରିବା ହେଉଛି ରଶ୍ମୀଙ୍କର ମୁଖ୍ୟ ଲକ୍ଷ୍ୟ। ଏହି କ୍ଷେତ୍ରରେ ସେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ କାର୍ଯ୍ୟଦକ୍ଷତା ଭୁବନେଶ୍ୱର ଚାପ୍ଟରର ଉଦ୍ଦେଶ୍ୟ ଏବଂ ପଦକ୍ଷେପଗୁଡ଼ିକରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସୁଗମ କରିବା ଏବଂ ଶିଳ୍ପସଂସ୍ଥାରେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପାଇଁ ରଶ୍ମୀ ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିବା ସହିତ ସେମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାକୁ ସେ ଉଦ୍ୟମ କରିବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share