ନୂଆ ଲୁକ୍‌ରେ ରଶ୍ମିକା

ମୁମ୍ବାଇ: ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ରଶ୍ମିକା ନିଜର ଏହି ଫାଷ୍ଟ ଲୁକର ଫଟୋକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି। ତାଙ୍କର ଏହି ନୂଆ ଲୁକକୁ ନେଇ ପ୍ରଶସଂକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ଏବେ ଫ୍ୟାନ ଫିଲ୍ମର ରିଲିଜ ତାରିଖକୁ ଅପେକ୍ଷା କରି ରହିଛନ୍ତି।

ଫିଲ୍ମ ‘ପୁଷ୍ପା’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆ ୟୁଜରଙ୍କୁ ଖୁବ୍‌ ଉତ୍ସାହିତ କରିଛି। ଏଥିରେ ମନ୍ଧାନାଙ୍କର ଚରିତ୍ର ଏକ ଗରିବ ବେଶରେ କରାଯାଇଛି ଏବଂ ସେ କୌଣସି ଛୋଟିଆ ଘରେ ବସି କିଛି ପିନ୍ଧୁଥିବାର ସେ ଫଟୋରେ ଦେଖିବାକୁ ମିଳିଛି।

Share