ଅନସ୍କ୍ରିନ ରୋମାନ୍ସର ତଡକା ଦେବେ ସାହିଦଙ୍କ ସହ ରଶ୍ମିକା

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ର ସୁପର ଡୁପର ସଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଶନାଲ କ୍ରସ ରଶ୍ମିକା ମନ୍ଦାନାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସବୁ ଚଳଚ୍ଚିତ୍ର ର୍ନିମାତା ଏବଂ ବଲିଉଡ ର୍ନିମାତାଙ୍କ ସର୍ବଶେଷ ତଥା ପ୍ରଥମ ପସନ୍ଦ ବୋଲି ମନେହୁଏ। ଅମିତାଭ ବଚ୍ଚନଙ୍କ ‘ଅଲବିଦା’ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ‘ମିଶନ ମଜନୁ’ରେ ଅଭିନୟ କରିବା ପରେ ରଶ୍ମିକା ମନ୍ଦାନା ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ ‘ଏନିମଲ’ରେ ରଣବୀର କପୁରଙ୍କ ସହ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥି ସହିତ ସେ ସାହିଦ କପୁରଙ୍କ ସହ ରୋମାନ୍ସ କରୁଥିବା ମଧ୍ୟ ନଜର ଆସିବେ।

ମିଳିଥିବା ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ନିର୍ଦ୍ଦେଶକ ଅନିସ ବଜମିଙ୍କ ନିର୍ଦ୍ଦେଶିତ ସହିଦ କପୁରଙ୍କ ଆଗାମୀ ଆକ୍ସନ କମେଡି ଚଳଚ୍ଚିତ୍ର ପାଇଁ ’ଚାଲୋ’ ଅଭିନେତ୍ରୀଙ୍କୁ ବଛାଯାଇଛି। ଦିଲ ରାଜୁ ଏବଂ ଏକତା କପୁରଙ୍କ ଦ୍ୱାରା ର୍ନିମିତ ମାସ ଏଣ୍ଟରଟେନର ଫିଲ୍ମରେ ପ୍ରଥମ ଥର ପାଇଁ ଗୀତା ଗୋବିନ୍ଦ ଅଭିନେତ୍ରୀ ସାହିଦ କପୁରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଏହାକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି କାରଣ ସାହିଦ ଏବଂ ରଶ୍ମିକା ଏକ ନୂଆ ଏବଂ ଆକର୍ଷଣୀୟ ଅନ-ସ୍କ୍ରିନ ଯୋଡି ତିଆରି କରିବାକୁ ଯାଉଛନ୍ତି। ସାହିଦ କପୁରଙ୍କ ସୁପରହିଟ ଫିଲ୍ମ ’କମିନେ’ ପରେ ନିସ ବଜମି ଏହି ଫିଲ୍ମରେ ଡବଲ ରୋଲ ପ୍ଲେ କରିବେ।

Share