ପୁଣି ଡେଟ୍‌ କରୁଛନ୍ତି ରଶ୍ମିକା ଓ ବିଜୟ

ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଇଣ୍ଡଷ୍ଟ୍ରରି ସବୁଠାରୁ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ତେବେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ବ୍ୟାପିଥିଲା। କିନ୍ତୁ ଚଳିତ ବର୍ଷ ପ୍ରାରମ୍ଭରେ ସେମାନଙ୍କ ବ୍ରେକ ଅପ ଖବର ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା।

ସୂଚନାଯୋଗ୍ୟ,ଉଭୟ ସେମାନଙ୍କ ସମ୍ପର୍କ କିମ୍ବା ବ୍ରେକଅପ ବିଷୟରେ ଖୋଲାଖୋଲି କୌଣସି ବିବୃତ୍ତି ପ୍ରକାଶ କରିନାହାନ୍ତିି। କିନ୍ତୁ ବ୍ରେକଅପ ଗୁଜବ ପରେ, ପୁଣି ଥରେ ଏହି ଯୋଡିକୁ ଏକାଠି ସମୟ ବିତାଉଥିବାର ଦେଖାଯାଇଛି। ସେମାନଙ୍କ ପ୍ୟାଚ୍‌ ଅପ୍‌ ହୋଇଛି ବୋଲି ଆଲୋଚନା କରାଯାଉଛି।

ଏକ ରେଷ୍ଟୁରାଣ୍ଟରେ ରଶ୍ମିକା ଏବଂ ବିଜୟ ଏକାଠି ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁହେଁ ଏକାଠି ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏଞ୍ଜୟ କରୁଛନ୍ତି। ପ୍ରଶଂସକମାନେ ରଶ୍ମିକା ଏବଂ ବିଜୟଙ୍କୁ ଏକାଠି ଦେଖି ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Share