ବିଜୟଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି। ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି। ଇତିମଧ୍ୟରେ ଅଭିନେତ୍ରୀ ରଶ୍ମିକା ଏବଂ ବିଜୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫଟୋରେ ରଶ୍ମିକା-ବିଜୟ ଏକାଠି ନଜର ଆସିଛନ୍ତି। ବିଜୟ ଆଜିକାଲି ଦୁବାଇରେ ତାଙ୍କ ପିତାମାତାଙ୍କ ସହ ଛୁଟି କାଟୁଛନ୍ତି। କୁହାଯାଉଛି କି, ରଶ୍ମିକା ମଧ୍ୟ ବିଜୟ ଏବଂ ତାଙ୍କ ପରିବାର ସହିତ ଛୁଟି ବିତାଉଛନ୍ତି। କାରଣ, ବିଜୟ ତାଙ୍କ ମା’ବାପାଙ୍କ ସହ ଯେଉଁ ଡ୍ରେସ୍‌ ଫଟୋ ଉଠାଇଛନ୍ତି, ରଶ୍ମିକାଙ୍କ ସହ ଭାଇରାଲ ହୋଇଥିବା ଫଟୋରେ ମଧ୍ୟ ସେହି ଏକା ଡ୍ରେସ୍‌ ନଜର ଆସିଛନ୍ତି। ଏହାକୁ ନେଇ ରଶ୍ମିକା ମଧ୍ୟ ବିଜୟଙ୍କ ସହ ଛୁଟି କାଟୁଥିବା କୁହାଯାଉଛି। ହେଲେ ଫଟୋକୁ ନେଇ କୌଣସି ସଠିକ୍‌ ଖବର ମିଳିନାହିଁ।

ବିଜୟ ଏବଂ ରଶ୍ମିକାଙ୍କ ଡେଟିଂ ବିଷୟରେ ଗୁଜବ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛି। ତଥାପି ଉଭୟ ନିଜ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି। କିଛି ମାସ ପୂର୍ବରୁ ଏକ ସାକ୍ଷାତକାର ସମୟରେ ବିଜୟ ତାଙ୍କ ବନ୍ଧୁ ବୋଲି ରଶ୍ମିକା କହିଥିଲେ।

Share