ଲୁଚିଛପି ବିବାହ କରିଛନ୍ତି ରଶ୍ମିକା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗ ଧାଡିର ନାୟିକା ରଶ୍ମିକା ମନ୍ଧାନା ଅଭିନୟରେ ସମସ୍ତଙ୍କ ମନ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। କିଛିଦିନ ହେବ ଏହି ନାୟିକା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ରିଲେସନଶିପରେ ଥିବା ଖବର ଚର୍ଚ୍ଚାରେ ରହିଛି। ଏମାନଙ୍କର କିଛି ଫଟୋ ବି ଅତିତରେ ଭାଇରାଲ ହୋଇଛି। ହେଲେ ନିଜ ବିବାହକୁ ନେଇ ରଶ୍ମିକା ଏମିତି ଏକ କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ନିକଟରେ ସେ ଅଭିନେତା ଟାଇଗର ଶ୍ରଫଙ୍କ ସହ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଲୁଚିଛପି ବିବାହ କରି ନେଇଛନ୍ତି।
କଥାହେଲା ରଶ୍ମିକା ଜାପାନୀ ଆନିମେ ସିରିଜ ନାରୁତୋର ଜଣେ ପ୍ରଶଂସକ ଏବଂ ତାଙ୍କୁ ସେ ବହୁତ ପସନ୍ଦ କରନ୍ତି। ଅଭିନେତ୍ରୀ କହିଛନ୍ତି, ମୁଁ ନରୁତୋଙ୍କୁ ମୋର ହୃଦୟ ଦେଇଛି। ଏହା ମୋର ପ୍ରିୟ ଚରିତ୍ର। ମୁଁ ଏହି ଚରିତ୍ର ସହିତ ବିବାହ କରି ସାରିଛି। କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ସେ ସିରିଜର ଚରିତ୍ର ହିନାତା ହେବାକୁ ଚାହୁଁଛନ୍ତି ଏବଂ କେଶକୁ ପର୍ପଲ କଲର କରିବାକୁ ଚାହୁଁଛନ୍ତି। ହିନାତା ହେଉଛି ଏହି ସିରିଜରେ ନାରୁତୋଙ୍କର ପ୍ରେମ।

Share