ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା ନିଜର ଚୁଲବୁଲୀ ସ୍ବଭାବକୁ ନେଇ ଜଣାଶୁଣା। ‘ଡିଅର୍ କ୍ରୋମ୍ରେଡ୍’ ଚଳଚ୍ଚିତ୍ରରେ ହାତରେ ବ୍ୟାଟ୍ ଧରି ବୋଲର୍ଙ୍କ ଝାଳ ବୁହାଇଦେଇଥିଲେ ସେ। ବାସ୍ତବ ଜୀବନରେ ସେ ମଧ୍ୟ ଜଣେ କ୍ରିକେଟରଙ୍କ ବଡ଼ ପ୍ରଶଂସକ। ସେ ଆଉ କେହି ନୁହନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ।
ଫ୍ୟାନ୍ ମାନଙ୍କ ସହ ଲାଇଭ୍ ସେଶନ୍ ସମୟରେ ଜବାବ ଦେଇ ରଶ୍ମିକା କହିଥିଲେ, ଧୋନୀଙ୍କ ଉଇକେଟ କିପିଂ, ବ୍ୟାଟିଂ ଏବଂ ନେତୃତ୍ୱର ସେ ବଡ଼ ପ୍ରଶଂସକ। ସେ ଜଣେ ମାଷ୍ଟର କ୍ଲାସ ଖେଳାଳି। ଧୋନୀ ତାଙ୍କର ହିରୋ।
କହିରଖୁଛୁ, ନିକଟରେ ରଶ୍ମିକାଙ୍କୁ ‘ପୁଷ୍ପା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମଟି ବକ୍ସ ଅଫିସରେ ବେଶ କିମିଆ କରିଛି। ଏହାଛଡ଼ା ସେ ଦୁଇଟି ବଲିଉଡ୍ ଫିଲ୍ମର ଶୁଟିଂ କରୁଥିବା ଜଣାପଡ଼ିଛି।