ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲରେ ସାଇନ କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସେ ସ୍କ୍ରିନ ଶେୟାର କରିବେ। ବିକାଶ ବେହଲଙ୍କ ଆଗାମୀ ଫିଲ୍ମର ଲିଡ ରୋଲରେ ନଜର ଆସିବେ ରଶ୍ମୀକା। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ କାମ କରିବେ । ବର୍ତ୍ତମାନ ପାଇଁ ଏହି ଫିଲ୍ମର ନାଁ ’ଡେଡଲି’ ରଖାଯାଇଛି।୨୦୨୧ ମାର୍ଚ୍ଚରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ।

Share