କରନ ଜୋହରଙ୍କ ଅଫିସରେ ରଶ୍ମିକା

ମୁମ୍ବାଇ,୨୫।୧: ‘ପୁଷ୍ପା: ଦ ରାଇଜ୍‌’ର ହିନ୍ଦୀ ଭସର୍ନ ରିଲିଜ ପରେ ରଶ୍ମିକା ମନ୍ଦାନାଙ୍କ ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଲୋକପ୍ରିୟତା ଢ଼େର ବୃଦ୍ଧି ପାଇଛି। ଏହି ଅଭିନେତ୍ରୀଙ୍କୁ ସୋମବାର ମୁମ୍ବାଇସ୍ଥିତ କରନ ଜୋହରଙ୍କ ଅଫିସରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଜଣଙ୍କ ପୂରା ବ୍ଲାକ ଆଉଟ୍‌ ଫିଟ୍‌ରେ ନଜର ଆସିଥିଲେ। ଏଥିଯୋଗୁ ତାଙ୍କୁ ପରବର୍ତ୍ତୀ ଧର୍ମା ଫିଲ୍ମରେ ଦେଖିବାକୁ ମିଳିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

କିଛି ଦିନ ତଳେ ରଶ୍ମିକାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଢ଼ିଲା ସ୍ବେଟଶାର୍ଟ ସହ ଶଟର୍‌ସରେ ଦେଖିବାକୁ ମିଳିଥିଲା। ଏଭଳି ଡ୍ରେସିଂ ସେନ୍ସ ପାଇଁ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବର୍ତ୍ତମାନ ତାଙ୍କ ହାତରେ ଦୁଇଟି ବଲିଉଡ୍‌ ଫିଲ୍ମ ସହ ପୁଷ୍ପାର ସିକ୍ୟୁଏଲ ରହିଛି।

Share