ବିବାହ କରିଦେଲେ କି ବିଜୟ-ରଶ୍ମିକା! ଫଟୋ ଭାଇରାଲ

ବମ୍ବେ: ବିବାହ କରିଦେଲେ କି ତେଲୁଗୁ ଫିଲ୍ମଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋରେ ଉଭୟ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବେକରେ ବରଣମାଳା ପକାଇଛନ୍ତି। ବିଜୟଙ୍କ ଏକ ପ୍ରଶଂସକଙ୍କ ପେଜ୍‌ରୁ ଫଟୋକୁ ଶେୟାର କରାଯାଇଛି। ତେବେ ଫଟୋଟି ଏଡିଟ୍‌ କରାଯାଇଥିବା ଜଣାପଡ଼ିଛି। ଏଥିରେ ଅନେକ ପ୍ରତିକ୍ରିୟା ରଖି ଖୁବ୍‌ଶୀଘ୍ର ଏହା ସତ ହେବାକୁ ଯାଉଛି ବୋଲି କହୁଛନ୍ତି।

୨୦୧୮ରେ ଉଭୟ ଏକ ତେଲୁଗୁ ଫିଲ୍ମରେ କାମ କରିଥିଲେ। ଏଥିରେ ଉଭୟଙ୍କ କେମେଷ୍ଟ୍ରୀକୁ ବହୁତ ପସନ୍ଦ କରାଯାଇଥିଲା। ପରେ ଉଭୟଙ୍କୁ ଏକାସହ ଛୁଟି ବିତାଉଥିବା ଦେଖାଯାଉଛି। ଡିନର୍‌ ଡେଟ୍‌ରେ ବି ଦୁହେଁ ସାଙ୍ଗ ହୋଇ ଯାଉଛନ୍ତି। ଏଣୁ ସେମାନେ ଡେଟିଂ କରୁଥିବା କୁହାଯାଉଛି। ହେଲେ ପଚରାଯିବାରେ ବିଜୟ ରଶ୍ମିକାଙ୍କୁ କେବଳ ବନ୍ଧୁ ବୋଲି କହିଆସୁଛନ୍ତି।

Share