ଦୁଃଖ ପ୍ରକାଶ କଲେ ରଶ୍ମୀକା

ତେଲୁଗୁ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କୁ କିଏ ବା ନ ଜାଣେ। ସବୁବେଳେ ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଏକ ଇଭେଣ୍ଟର ଅୟୋଜନ ହୋଇଥିଲା। ସେଥିରେ ସେ ଏକ କଳା ରଙ୍ଗର ଶାଢିରେ ନଜର ଆସିଛନ୍ତି। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ରଶ୍ମୀକା ଏବଂ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢୁଛି।

ସେପଟେ ‘ପୁଷ୍ପା’ ଫିଲ୍ମର ଇଭେଣ୍ଟ ବେଳେ ପ୍ରବଳ ଭିଡ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଲୋକ ଗୁରୁତର ହୋଇଥିଲେ। ଏହି ଘଟଣାକୁ ନେଇ ରଶ୍ମୀକା ଟୁଇଟ୍‌ କରି କରିଛନ୍ତି ଯେ, ‘ଯେଉଁମାନେ ବି ଗତକାଲିର ଇଭେଣ୍ଟରେ ଯୋଗ ଦେଇଥିଲେ ସେମାନଙ୍କୁ ଧନ୍ୟବାଦ। କିନ୍ତୁ କିଛି ଲୋକ ଆହତ ହୋଇଛନ୍ତି ଏହାଶୁଣି ମୁଁ ମର୍ମାହତ। ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ।

Share