ବିଜୟଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ରଶ୍ମିକା

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଲୁକ୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେହିପରି ରଶ୍ମିକା ମନ୍ଦାନା ମଧ୍ୟ କୌଣସି କମ୍‌ ନୁହନ୍ତି। ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁହେଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେମାନଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହାକୁ ନେଇ ବିଜୟ ଟୁଇଟ୍‌ରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ବିବାହର ଖବର ସମ୍ପୂର୍ଣ୍ଣ ଗୁଜବ। ତେବେ ସେତେବେଳେ ରଶ୍ମିକା ଏହାକୁ ନେଇ କୌଣସି ମୁହଁ ଖୋଲି ନ ଥିଲେ। ନିକଟରେ ଏକ ସାକ୍ଷାତକାରରେ ଏହି ଗୁଜବ ଉପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ରଶ୍ମିକା। ସେ କହିଛନ୍ତି, ଏହା କେବଳ ଗୁଜବ ଅଟେ। ମୋର ବିବାହ ପାଇଁ ବହୁତ ସମୟ ଅଛ,ସମୟ ଆସିଲେ ମୁଁ ବିବାହ କରିବି ବୋଲି ସେ କହିଛନ୍ତି।

Share