ବିଜୟଙ୍କ ଘରେ ରହୁଛନ୍ତି ରଶ୍ମିକା! ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନାଙ୍କ ସମ୍ପର୍କ ଉପରେ ବାଜିଛି ମୋହର। ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳୁଥିଲା। ହେଲେ ଏବେ ସେମାନେ ଲିଭ୍‌ ଇନ୍‌ରେ ରହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସୋସିଆଲ ମିଡିଆରେ ରଶ୍ମିକା ଏକ ଫଟୋ ଶେୟାର କରିଥିଲେ। ଫଟୋରେ ସେ କମଳା ରଙ୍ଗର ଶାଢ଼ି ପିନ୍ଧି ଛାତ ଉପରେ ଛିଡ଼ା ହୋଇଥିଲେ। ଏହି ଛାତ ବିଜୟଙ୍କ ଘରର ବୋଲି ପ୍ରଶଂସକ ଠଉରାଇଛନ୍ତି। ଜଣେ ପ୍ରଶଂସକ ବିଜୟଙ୍କ ପୁରୁଣା ଫଟୋ ଶେୟାର କରି ଲେଖିଛନ୍ତି ରଶ୍ମିକା ବିଜୟଙ୍କ ଘରେ ରହୁଛନ୍ତି ନା ଉଭୟ ଲିଭ୍‌ ଇନ୍‌ରେ ରହୁଛନ୍ତି। ଫଟୋରେ ଦେଖାଯାଉଥିବା ବଗିଚାରେ ଉଭୟଙ୍କ ଫଟୋ ଏକାଭଳି ଦେଖାଯାଉଛି। ଏବେ ଏହା ବେଶ ଭାଇରାଲ ହେଉଛି।

Share