ଏହି ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା

ମୁମାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଲୁକ୍‌ ଏବଂ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଫିଲ୍ମ ‘ପୁଷ୍ପା’ରେ ଦମ୍‌ଦାର୍‌ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ବଲିଉଡ ଫିଲ୍ମରେ ‘ଗୁଡବାୟ’ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ନିଜର କ୍ୟାରିୟର ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁଁ କୌଣସି ବାୟୋପିକ୍‌ରେ କାମ କରିନାହିଁ । ମୋତେ ସୁଯୋଗ ମିଳିଲେ ତେଲଗୁ ଓ କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବାୟୋପିକ୍‌ରେ ଅଭିନୟ କରିବାକୁ ଚାହିଁବି। ସେ ମୋର ଅତିପ୍ରିୟ ଅଭିନେତ୍ରୀ। ତେଣୁ ତାଙ୍କର ଚରିତ୍ରରେ ମୁଁ ବଡ଼ ପରଦାରେ ଅଭିନୟ କରିବାକୁ ଚାହିଁବି ବୋଲି ଅଭିନେତ୍ରୀ କହିଛନ୍ତି।

Share