ମୁମ୍ବାଇ: ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କର ଡିପ୍ଫେକ୍ ଭିଡିଓ ଦେଖିବା ପରେ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ରଶ୍ମିକାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କ ଚେହେରା ଅନ୍ୟ ଜଣେ ମହିଳାଙ୍କ ଶରୀର ସହ ଯୋଡ଼ା ହୋଇଥିଲା।
ଏହି ଭିଡିଓ ଦେଖିବା ପରେ ରଶ୍ମିକାଙ୍କ ଅନସ୍କ୍ରିନ୍ ପିତା ଭୂମିକାରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଗ୍ ବିଙ୍କ ପରେ ବର୍ତ୍ତମାନ ରଶ୍ମିକାଙ୍କ ଚର୍ଚ୍ଚିତ ପ୍ରେମିକ ବିଜୟ ଦେବରକୋଣ୍ଡା ଖୁବ୍ ଜୋର୍ରେ ରାଗିଛନ୍ତି।
ବିଜୟ କଥିତ ପ୍ରେମିକା ରଶ୍ମିକାଙ୍କ ସମର୍ଥନରେ ବାହାରି ନିଜ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏପରି କରିଥିବା ବ୍ୟକ୍ତିଙ୍କ ପାଇଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କି ଯାହା ଦ୍ୱାରା ମହିଳାମାନେ ନିଜକୁ ନିରାପଦ ଅନୁଭବ କରିପାରିବେ।