ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ: ସାଉଥ୍‌ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ସହ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ରହିଛି। ଉଭୟ ନିଜ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଲାଇମଲାଇଟରେ ରହିଆସିଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ ରହିଥିବାବେଳେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି କି, ସେମାନେ ତୁର୍କୀରେ ଛୁଟି କାଟୁଛନ୍ତି। କିଛି ସମୟ ଆଗରୁ ରଶ୍ମିକା ତୁର୍କୀରୁ ତାଙ୍କ ଛୁଟିଦିନର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପରେ ବିଜୟଙ୍କ ଫଟୋ ସାମ୍ନାକୁ ଆସିଥିଲା। ଏଥିରୁ ଦୁହେଁ ତୁର୍କୀରେ ଏକାଠି ଥିବା ଜଣାପଡ଼ିଥିଲା। ହେଲେ ଏଥିରେ ଦୁହେଁ ଚୁପ ରହିଛନ୍ତି। ତେବେ କିଛି ସମୟ ପୂର୍ବରୁ ଉଭୟଙ୍କ ବ୍ରେକଅପ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଥିଲା। ତେବେ ରଶ୍ମିକା ୨୦୧୬ରେ କନ୍ନଡ ଫିଲ୍ମ ଜରିଆରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକଙ୍କ ପସନ୍ଦିତା ହୋଇପାରିଛନ୍ତି। ଶେଷଥର ପାଇଁ ସେ ସିନେମା ‘ମିଶନ ମଞ୍ଜୁ’ରେ ନଜରକୁ ଆସିଥିଲେ। ଏଥିସହ ତାଙ୍କ ହାତରେ ଏବେ ଆଉ ୩ଟି ଫିଲ୍ମ ରହିଛି। ତାହାର ଶୁଟିଂରେ ସେ ବ୍ୟସ୍ତ ରହିଛନ୍ତି।

Share