ରଶ୍ମିକାଙ୍କ ହାତରେ ନୂଆ ପ୍ରୋଜେକ୍ଟ ଭିଡି-୧୨…

ମୁମ୍ବାଇ : ପୁଷ୍ପା:ଦ ରାଇଜରେ ଶ୍ରୀବଲି ଭୂମିକାରେ ଅଭିନୟ କରି ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ହେଡଲାଇନରେ ରହିଛନ୍ତି। ହିନ୍ଦୀ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଡେବ୍ୟୁ ହୁଏତ ଏକ ଫ୍ଲପ ହୋଇଥାଇପାରେ, କିନ୍ତୁ ଶ୍ରୀବଲି ଭାବରେ ଖ୍ୟାତି ଯୋଗୁ ସେ ଲୋକପ୍ରିୟ ହୋଇ ପାରିଛନ୍ତି। ଗୋଟିଏ ପଟେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା: ଦ ରୁଲ ପାଇଁ ଆଜିକାଲି ସେ ଖବରରେ ଥିବାବେଳେ ଏବେ ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମରେ ଚୁକ୍ତି କରିଥିବା ଖବର ମିଳିଛି।

ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘କୁଶି’ର ସଫଳତା ପରେ ବିଜୟ ଦେବରାକୋଣ୍ଡା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରଭିଡ଼ି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୌତମ ତିନାନ୍ନୁରୀ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନେତ୍ରୀ ଶ୍ରୀଲିଲା ପୂର୍ବରୁ ଚୁକ୍ତି କରିଥିଲେ। କିନ୍ତୁ ବର୍ତ୍ତମାନ କିଛି ରିପୋର୍ଟରେ ଦର୍ଶାଯାଇଛି ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ତାଙ୍କ ସ୍ଥାନ ନେଇଛନ୍ତି। ତେଣୁ ଏହାର ଅର୍ଥ ସ୍ପଷ୍ଟ ରଶ୍ମିକା ଭିଡି-୧୨ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ରିପୋର୍ଟରେ କୁହାଯାଇଛି ତାରିଖ ସମସ୍ୟା ଯୋଗୁ ଶ୍ରୀଲିଲା ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି।

ଗୀତା ଗୋବିନ୍ଦମ ଏବଂ ଡିୟର କମ୍ରେଡ ପରେ ଭିଡି-୧୨ ରଶ୍ମିକା ମନ୍ଦାନା ଏବଂ ବିଜୟଙ୍କ ତୃତୀୟ ଚଳଚ୍ଚିତ୍ର ହେବ।

 

Share