ଭୁବନେଶ୍ୱର,୨୨।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଶ୍ୱାସରୁଦ୍ଧ ହେବା ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ବ୍ୟବଚ୍ଛେଦ ହେବାର ୨୪ରୁ ୩୬ ଘଣ୍ଟା ପୂର୍ବରୁ ରଶ୍ମୀରେଖାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ରଶ୍ମିରେଖାଙ୍କ ଶରୀରରେ କେଣସି କ୍ଷତ ଚିହ୍ନ ନ ଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।
ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମି। କେଉଁ କାରଣରୁ ସେ ଚାପରେ ଥିବା ପୋଲିସ ଛାନଭିନ୍ କରୁଛି। ରଶ୍ମିରେଖାଙ୍କ ପରିବାର ସନ୍ତୋଷ ହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ସୁଇସାଇଡ୍ ନୋଟରେ ରଶ୍ମିରେଖା ତାଙ୍କୁ କ୍ଳିନଚିଟ ଦେଇଛନ୍ତି। ହେଲେ ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ନେଇ ଚର୍ଚ୍ଚା ହେଉଛି ।