ଆତ୍ମହତ୍ୟା କଲେ ରଶ୍ମିରେଖାଙ୍କ ପୁରୁଷବନ୍ଧୁ ସନ୍ତୋଷ

ଭୁବନେଶ୍ୱର,୬।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା ଉପରେ ପରଦା ଉଠି ନଥିବା ବେଳେ ତାଙ୍କ ପୁରୁଷବନ୍ଧୁ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ରାଉରକେଲା ବାସନ୍ତୀକଲୋନୀରେ ସନ୍ତୋଷ ଆତ୍ମହତ୍ୟା କରିଥିବା ଜଣାପଡିଛି। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ମାସ ୧୮ ତାରିଖରେ ଅଭିନେତ୍ରୀ ରଶ୍ମି ରେଖା ଆତ୍ମହତ୍ୟା କରିଥିଲେ। ନୟାପଲ୍ଲୀ ସ୍ଥିତ ଭଡା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷବନ୍ଧୁ ସନ୍ତୋଷଙ୍କୁ ପୋଲିସ ପଚରାଉଚରା କରିଥିଲା। ଦୁହେଁ ନୟାପଲ୍ଲୀ ଥାନା ଅଞ୍ଚଳରେ ସନ୍ତୋଷ ରଶ୍ମିରେଖ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ରହୁଥିଲେ।

 

Share