ଅଭିନେତା ରସିକ ଦବେଙ୍କ ପରଲୋକ

ମୁମ୍ବାଇ: ଅଭିନେତା ରସିକ ଦବେଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ରସିକ ଗତ ଦୁଇ ବର୍ଷ ଧରି ଡାୟଲିସିସରେ ପୀଡିତ ଥିଲେ। ଏ ନେଇ କିଡନୀ ବାର ବାର ଖରାପ ହେଉଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରସିକ ଦବେ ଟିଭି ସିରିଏଲ ‘କ୍ୟୁକି ଶାଶ ଭି କଭି ବହୁ ଥି’ ଏବଂ ‘ବାଲିକା ବଧୂ-୨’ ଫେମ କେତକୀ ଦବେଙ୍କୁ ବିବାହ କରିଥିଲେ।
ଟିଭି ଶୋ ମହାଭାରତରେ ରସିକ ଦବେ ନନ୍ଦଙ୍କ ଭୂମିକାରେ ଅଭିନିୟ କରିଥିଲେ। ୧୯୮୨ ମସିହାରୁ ସେ କ୍ୟାରୟର୍‌ ଆରମ୍ଭ କରିଥିଲେ । ରସିକ ଏବଂ ତାଙ୍କ ସ୍ତ୍ରୀ କେତକୀ ମଧ୍ୟ ରିଆଲିଟି ଶୋ’ ନାଚ ବଲିୟେରେ ଅଂଶଗ୍ରହଣ କରିଥିଲେ ।

Share