ଦିଲ୍ଲୀ କ୍ରାଇମ-୨ ପରେ କୌଶଲ ଓଜାଙ୍କ ଫିଲ୍ମରେ ଆସିବେ ନଜର

‘ଦିଲ୍ଲୀ କ୍ରାଇମ-୨’ ପରେ ଏବେ ଅଭିନେତ୍ରୀ ରସିକା ଦୁଗଲ ନିର୍ଦ୍ଦେଶକ କୌଶଲ ଓଜାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଲିଟିଲ ଥୋମାସ’ରେ ସେ ନଜର ଆସିବେ। ଫିଲ୍ମଟି ଡ୍ରାମା-କମେଡି ଉପରେ ଆଧାରିତ। ଏହା ପୂର୍ବରୁ ମଧ୍ୟ ଏକ କ୍ଷୁଦ୍ର ଫିଲ୍ମ ‘ଦ ମିନିଏଚରିଷ୍ଟ ଅଫ ଜୁନାଗଡରେ ରସିକା ଓ କୌଶଲ ଏକସଙ୍ଗେ କାମ କରିଥିଲେ । ତେବେ ଫିଲ୍ମର ପ୍ରଡକ୍ସନ କାମ ନିକଟରେ ଆରମ୍ଭ ହୋଇଯାଇଥିବା ବେଳେ ମୁମ୍ବାଇ ଓ ଗୋଆରେ ଫିଲ୍ମ ଶୁଟିଂ ହେବ। ଅନ୍ୟପଟେ, ରୁଚିକାଙ୍କ ହାତରେ ଆଉ କେତେକ ଅପକମିଙ୍ଗ୍‌ ପୋଜେକ୍ଟ ଅଛି। କୁହାଯାଉଛି, ‘ମିର୍ଜାପୁର-୩’, ‘ଅଧୁରା’, ‘ସ୍ପାଇକ’ରେ ନଜର ଆସିବେ।

Share