ଯଦି ସନ୍ତୋଷ ଭୁଲ କରିନାହାନ୍ତି କାହିଁକି ସେ ସାମ୍ନାକୁ ଆସୁନାହାନ୍ତି’

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସାଙ୍ଗ ଓ ସାଥୀ କଳାକାର । ରଶ୍ମିଙ୍କ ସାଥୀ କଳାକାର ଡାନି କହିଛନ୍ତି, ରଶ୍ମି ଖୁବ ଭଲ ପିଲା ଥିଲେ। ତାଙ୍କ ମୃତ୍ୟୁ ହୋଇଯାଇଥିବା ସହଜରେ ବିଶ୍ବାସ କରିହେଉ ନାହିଁ। ରଶ୍ମି ଖୁବ ଭଲ ଅଭିନୟ କରୁଥିଲେ । ତାଙ୍କର କ୍ୟାରିୟର ଓ ପରିବାରକୁ ନେଇ ସେ ଖୁବ ଖୁସି ଥିଲେ । ହଠାତ୍‌ ତାଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିହେଉନି ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସ୍ବାମୀ ସନ୍ତୋଷ ପାତ୍ରଙ୍କ ସହ ଝଗଡ଼ା ହୋଇଥିଲା। ଯଦି ସନ୍ତୋଷ କିଛି ଭୁଲ କରିନାହାନ୍ତି ତେବେ ସେ କାହିଁକି ସାମ୍ନାକୁ ଆସୁନାହାନ୍ତି ବୋଲି ଡାନି ପ୍ରଶ୍ନ କରିଛନ୍ତି ?

Share