ନୂଆଦିଲ୍ଲୀ,୨୧।୧୧: ଲୋକପ୍ରିୟ ପାନୀୟ ରସନା ମାଲିକ ଅରିଜ ପିରୋଜଶା ଖମ୍ବାଟାଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିବା ବେଳେ ଶେଷ ସମୟରେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ରସ୍ନା ଫାଉଣ୍ଡେସନ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ସୋମବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଖମ୍ବାଟା ବେନେଭୋଲେଣ୍ଟ ଟ୍ରଷ୍ଟ ଓ ରସନା ଫାଉଣ୍ଡେସନର ଚେୟାରମ୍ୟାନ ଭାବେ ବେଶ୍ ଜଣାଶୁଣା। ଭାରତୀୟ ଉଦ୍ୟୋଗ, ବ୍ୟବସାୟ ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।