ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକୋ

ବୁଗୁଡ଼ା,୩୦ା୬(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୂରଣ କରି ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ସହାୟତା ରାଶି ଦାବିରେ ମଙ୍ଗଳବାର ବିରଞ୍ଚତ୍ପୁର ମୁଖ୍ୟରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ପ୍ରାୟ ୪ ଘଣ୍ଟା କାଳ ରାସ୍ତାରୋକ ଯୋଗୁ ଯାତ୍ରୀ ନାହିଁ ନ ଥିବା ହୀନସ୍ତା ହୋଇଥିଲେ। ଅନ୍ୟ ପଞ୍ଚାୟତରେ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ବିରଞ୍ଚତ୍ପୁରରେ କାହିଁକି ମିଳୁନାହିଁ ବୋଲି ଦାବି କରିଥିଲେ।

ସାତଦିନ ତଳେ ସମାନ ଦାବି ନେଇ ପ୍ରବାସୀମାନେ ଏହି ରାସ୍ତା ଅବରୋଧ କରିଥିବାବେଳେ ତହସିଲଦାର ପହଞ୍ଚତ୍ ୭ ଦିନ ମଧ୍ୟରେ ଅର୍ଥ ପ୍ରଦାନ ପ୍ରତିଶ୍ରୁତି ଦେଇଥିଲେ। ନିର୍ଦ୍ଧାରିତ ସମୟ ପରେ ପୁଣି ମଙ୍ଗଳବାର ପ୍ରବାସୀମାନେ ଆନ୍ଦୋଳନ କରିଥିଲେ। ବିଡିଓ ତନ୍ମୟ ପାତ୍ର ପହଞ୍ଚତ୍ ଅର୍ଥ ପ୍ରଦାନ ବ୍ୟବସ୍ଥା କରିବାରୁ ଆନ୍ଦୋଳନ ହଟିଥିଲା।

Share