ରସୁଲଗଡ଼ ବିଚ୍‌ ରାସ୍ତାରେ ବୀଭତ୍ସ ହତ୍ୟା: ଚିହ୍ନଟ ହୋଇସାରିଲେଣି ହତ୍ୟାକାରୀ

ଭୁବନେଶ୍ୱର,୮।୧: ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ସତନ୍ତ୍ର ଟିମ ଗଠନ ହୋଇଛି । ହତ୍ୟା କାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି। ତିନି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସର ପଚରାଉଚରା କରୁଛି। ହତ୍ୟାକାରୀ କେଦାର ପଲ୍ଲୀ ଅଞ୍ଚଳର ବୋଲି ଜଣାପଡ଼ିଛି। ପୂର୍ବରୁ ବ୍ୟକ୍ତିଗତ ରାଗ ଥିଲା, ସେଇ ରାଗ ପାଇଁ ହତ୍ୟା କାଣ୍ଡ ହୋଇଥିବା ନେଇ ଭୁବନେଶ୍ବର ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୁଧବାର ବୀଭତ୍ସ ହତ୍ୟା କରାଯାଇଛି। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ୍‌ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଛି।

ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ । ସେ ସଫେଇ କର୍ମଚାରୀ କଂଘର ସଭାପତି ଥିଲେ । ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ।

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ। ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି ।

Share