ଆମେରିକାରେ ମୂଷା ଉପଦ୍ରବ: କୁକୁର-ବିଲେଇଙ୍କ ସହାୟତା ନେଲେ ଲୋକେ…

ଓ୍ବାଶିଂଟନ,୧୯।୬ : ଆମେରିକାର ରାଜଧାନୀ ୱାଶିଂଟନ ନିକଟରେ ଥିବା ଆଡାମସ ମୋର୍ଗାନରେ ରାତ୍ରି ଯାପନ କରିବା ଅତ୍ୟନ୍ତ ପ୍ରସିଦ୍ଧ। ଜୁନ ରାତିର ଗରମ ଉପଭୋଗ କରିବାକୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥାନ୍ତି। ମାତ୍ର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ସହରର ମୂଷା। ସହରରେ ମୂଷାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରେଷ୍ଟୁରାଣ୍ଟ, ବାର୍‌ ଏବଂ କ୍ଲବ ପଛରେ ପଡୁଥିବା ଖାଦ୍ୟ ଆବର୍ଜନା ଯୋଗୁ ମୂଷାଙ୍କ ସଂଖ୍ୟା ବଡୁଥିବା କୁହାଯାଉଛି।

ଏହି ମୂଷା ଲୋକମାନଙ୍କୁ ଅସୁବିଧାରେ ପକାଉଛନ୍ତି। ସହରର ବାସିନ୍ଦାମାନେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ମୂଷା ଧରିବା ପାଇଁ ସେମାନେ ବିଲେଇ ଏବଂ କୁକୁର ରଖିବା ଆରମ୍ଭ କରିଛନ୍ତି। ଏକ ସାପ୍ତାହିକ ରେଟିଂ ଅଭିଯାନ ଅନୁଯାୟୀ, ପୋଷା ବିଲେଇ ଏବଂ କୁକୁର ମୂଷାମାନଙ୍କୁ ବହୁ ପରିମାଣରେ ହ୍ରାସ କରିବାରେ ସାହାଯ୍ୟ କରିଛନ୍ତି ।

ଏଥି ସହିତ କଲମ୍ବିଆ ଜିଲା ଏକ ତାଲିକା ପ୍ରସ୍ତୁତ କରିଛି ଯେଉଁଥିରେ ପାଞ୍ଚଟି ସହର ରଖାଯାଇଛି, ଯେଉଁଠାରେ ମୂଷା କାରଣରୁ ଖରାପ ଅବସ୍ଥା ରହିଛି। କୁହାଯାଉଛି କରୋନା ମହାମାରୀ ପରେ ବାହାରେ ଖାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ମୂଷାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୨ମସିହାରେ ମୂଷା ସମସ୍ୟା ନେଇ ଲୋକେ ପ୍ରାୟ ୧୩,୪୦୦ କଲ କରିଥିଲେ। ଏଥି ସହିତ, ମୂଷା ସଂଖ୍ୟା ବର୍ଷକ ପୂର୍ବରୁ ମାତ୍ର ଦୁଇ ହଜାର ଥିଲା। ମୂଷା ରହୁଥିବାରୁ ଦୁର୍ଗନ୍ଧଯୁକ୍ତ ବାୟୁ ଲୋକଙ୍କୁ ବ୍ୟଥିତ କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଛୋଟରୁ ବଡ ପର୍ଯ୍ୟନ୍ତ ମୂଷାମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ଲୋକେ ନିଜ କୁକୁରମାନଙ୍କ ସହିତ ଏଥିରେ ଯୋଗ ଦେଇଥିଲେ। ଏଥି ସହିତ କିଛି ଲୋକ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସଂଯୁକ୍ତ ରହିଥିଲେ।

ଅଧିକାରୀମାନେ କହିଛନ୍ତି ମୂଷାମାନେ ଏତେ ବିପଜ୍ଜନକ ହୋଇପଡିଛନ୍ତି ସେମାନେ କୁକୁରମାନଙ୍କୁ ଦେଖି ପଳାଇ ନାହାନ୍ତି ନାହିଁ। ବରଂ ସେମାନଙ୍କ ସାମ୍ନା କରୁଛନ୍ତି। ସେମାନେ ଭୟଭୀତ ନ ହୋଇ କୁକୁରମାନଙ୍କୁ ଚାହିଁ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri