Posted inଜାତୀୟ

‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ପ୍ରସ୍ତାବକୁ ମଞ୍ଜୁରୀ ଦେଲା ମହାରାଷ୍ଟ୍ର କ୍ୟାବିନେଟ

ମୁମ୍ବାଇ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବୈଠକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିସହ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି, ଯେଉଁଥିରେ ରତନ ଟାଟାଙ୍କୁ ତାଙ୍କର ଉପଲବ୍ଧି ଉପରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି କେନ୍ଦ୍ରକୁ ଅନୁରୋଧ କରାଯାଇଛି।

ରତନ ଟାଟାଙ୍କ ଦେହାନ୍ତ ହେତୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ସିଏମ ଏକନାଥ ଶିନ୍ଦେ ରତନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ରତନ ଟାଟାଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରାଯାଇଛି। ଏହିସମୟରେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକର ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌...

ଦେଖନ୍ତୁ ରତନ ଟାଟାଙ୍କ ଅନ୍ତିମ Video, କରୁଛି ଭାବବିହ୍ବଳ…

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଘଟିଛି। ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲ୍‌ରେ ସେ ବୁଧବାର ରାତି...

ଏନସିକୁ ମିଳିଗଲା ବାହାରିଆ ସମର୍ଥନ, ଜମ୍ମୁ-କଶ୍ମୀରରେ କାମରେ ଆସିବନି କଂଗ୍ରେସର ୬ ବିଧାୟକ!

ନୂଆଦିଲ୍ଲୀ,୧୦।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୯୦ଟି...

ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ହେଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୦।୧୦: ନ୍ୟାଶନାଲ୍‌ କନଫରେନ୍ସ୍‌(ଏନସି) ବିଧାନସଭା ପାର୍ଟି ବୈଠକ ଆଜି ନୱାଇ ସୁବାହ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଏଥିରେ ଦଳର ନେତା ଏନସି ଫାରୁକ ଅବଦୁଲ୍ଲା,...

ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା...

ୟୁପିରେ ମେଣ୍ଟ ଉପରେ ବଡ଼ ଘୋଷଣା କଲେ ଅଖିଳେଶ, ସ୍ପଷ୍ଟ ହୋଇଗଲା ଚିତ୍ର

ଲକ୍ଷ୍ନୌ,୧୦।୧୦: ସମାଜବାଦୀ ପାର୍ଟି ମଙ୍ଗଳବାର ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ କହିଛି ଯେ...

ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ 

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ...

ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri