ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର ନମ୍ବରଠାରୁ ବଡ଼ ଅକ୍ଷରରେ ଲେଖାଯାଇଥାଏ। ଅଧିକାଂଶ ଲୋକ ଏହାର ଅର୍ଥ ଜାଣନ୍ତି ନାହିଁ। କିଛି ଏହା ଟ୍ରକ୍‌ର ପରିଚୟ ବୋଲି କହୁଥିବା ଦେଖାଯାଏ। ହେଲେ ସେଇଟା ଠିକ୍‌ ନୁହେଁ। ଏହି ଶବ୍ଦ ରତନ ଟାଟାଙ୍କ ସହ ଜଡ଼ିତ।

‘OK TATA’ର ଉତ୍ତର ଟାଟା ଗ୍ରୁପ୍‌ ସହ ମିଶୁନାହିଁ, ଯିଏକି ଦୁଇ ଚକିଆ ଏବଂ ଚାରି ଚକିଆ ବାହାନ ସହ ଟ୍ରକ୍‌ ମାନୁଫାକ୍ଚରିଂ ଲାଗି ଜଣାଶୁଣା। ହେଲେ କେବଳ ଟ୍ରକ୍‌ରେ ଏଭଳି ଶବ୍ଦର ବ୍ୟବହାର କାହିଁକି ତାହା ଚିନ୍ତାର ବିଷୟ।

Ok Tata Slogan

ପ୍ରଥମ କଥା ‘ଓକେ ଟାଟା’ ଟାଟା ଗ୍ରୁପ୍‌ ନିର୍ମାଣ କରୁଥିବା ଟ୍ରକ୍‌ରେ ଲେଖାଯାଇଥାଏ। ଯଦି ଏହା ଲେଖାଥାଏ ତାର ଅର୍ଥ ଗାଡ଼ିର ପରୀକ୍ଷଣ ହୋଇସାରିଛି, ତାର ଅବସ୍ଥା ଭଲ ରହିଛି। କମ୍ପାନୀର ମାନକ ଅନୁଯାୟୀ ଏହାର ମାନୁଫାକ୍ଚରିଂ ଏବଂ ରିପେୟାରିଂ କରାଯାଇଛି। ଏହାର ଓ୍ବାରେଣ୍ଟି କେବଳ ଟାଟା ପାଖରେ ରହିଛି।

ପ୍ରଥମେ କମ୍ପାନୀ ଏହାକୁ ନିଜର ପଲିସି ଭାବେ ଟ୍ରକରେ ଲେଖିଥିଲେ ହେଁ ଧୀରେ ଧୀରେ ଏହା ବ୍ରାଣ୍ଡିଂରେ ପରିଣତ ହୋଇଥିଲା। ଟ୍ରକ୍‌ ଜରିଆରେ ଏହା ସମଗ୍ର ରାଜ୍ୟରେ ପ୍ରଚଳିତ ହେଉଛି।

ଟ୍ରକ୍‌ ନିର୍ମାଣ କରୁଥିବା ଟାଟା ମୋଟର୍ସ ଆଜି ଦେଶର ଶୀର୍ଷ ଅଟୋମୋବାଇଲ କମ୍ପାନୀ। ୧୯୫୪ରେ ଏହା ଟାଟା ଇଞ୍ଜିନିୟରିଂ ଆଣ୍ଡ ଲୋକୋମୋଟିଭ୍‌ କମ୍ପାନୀ(ଟେଲକୋ) ଭାବେ ହୋଇଥିଲା। ପରେ ଏହାର ନାମ ପରିବର୍ତ୍ତନ ହୋଇ ଟାଟା ମୋଟର୍ସ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ...

ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର...

ବିଧାନସଭା ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଚରମ ସୀମାରେ ରହିଛି। ଏହି ସମୟ ମଧ୍ୟରେ, ଆଗାମୀ ନିର୍ବାଚନ ପୂର୍ବରୁ ଆମ...

ଭାରତକୁ ମିଳିବ ଏମିତି ‘ବ୍ରହ୍ମାସ୍ତ୍ର’, ଯାହା ଶତ୍ରୁଙ୍କୁ ପଠାଇଦେବ ପାତାଳଲୋକ!

ନୂଆଦିଲ୍ଲୀ,୨୧।୧୨: ଦେଶର ଉଚ୍ଚାଭିଳାଷୀ ପ୍ରୋଜେକ୍ଟ 75I କ୍ରମାଗତ ଭାବରେ ବିଳମ୍ବ ହେଉଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହାର ବୁଡ଼ାଜାହାଜକୁ ବୃଦ୍ଧି କରିବା, ଯାହାର ସବୁଠାରୁ...

ବଡ଼ ଧରଣର ଭୂସ୍ଖଳନ, ରାଜପଥରେ ଅଟକି ରହିଛି ଶହ ଶହ ଯାନ, ଦେଖନ୍ତୁ ଭିଡିଓ

ଡେରାଡୁନ,୨୧।୧୨: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍‌ରେ ଏହି ଭୂସ୍ଖଳନ ଘଟିଛି। ଫଳରେ ଅନେକ ଯାନ ଏଠାରେ ଅଟକି ରହିଛି ।...

କେଜରିଓ୍ବାଲଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଲୋକଙ୍କ ପାଇଁ ପେଡି ଖୋଲିଛି। ପ୍ରଥମେ ମହିଳାଙ୍କ ପାଇଁ, ପରେ ବୃଦ୍ଧମାନଙ୍କ ପାଇଁ...

ଏମଭିଏରେ ଫାଟ! ସଞ୍ଜୟ ଦେଲେ ବଡ଼ ସଙ୍କେତ ଦଳ ଏକେଲା ଲଢିବ…

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଲଗାତାର ଉତ୍ତେଜନା ଦେଖାଦେଇଛି । ଏହି ସମୟରେ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ନେତା ସଞ୍ଜୟ ରାଉତ ସୂଚାଇ ଦେଇଛନ୍ତି...

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri