ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା ଉଦ୍ୟୋଗପତି ରତନ ପ୍ରତି ଘରେ ଘରେ ପରଚିତ ଥିଲେ। ତାଙ୍କର କମ୍ପାନୀର ଲୁଣ ପ୍ୟାକେଟ ଠାରୁ ଆରମ୍ଭ କରି ସବୁ ଜିନିଷ ପ୍ରତି ଘରେ ବ୍ୟବହାର ହେଉଥିଲା। କିନ୍ତୁ ତାଙ୍କର ସମ୍ପତ୍ତି ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି।

ଯେତେବେଳ ଆପଣ ଦେଶର ଧନୀ ତାଲିକାଙ୍କ ସୂଚୀ ଦେଖିବେ, ସେଠାରେ ଆପଣ ମୁକେଶ ଅମ୍ବାନୀ ଆଦାନୀଙ୍କ ନାମ ତ ପାଇବେ। ହେଲେ ସବୁଠାରୁ ପ୍ରଭାବଶାଳୀ ଉଦ୍ୟୋଗପତି ଟାଟାଙ୍କ ନାମ କେଉଁଠି ପାଇବେ ନାହିଁ। କାରଣ ସେ କେବେ ଧନୀ ତାଲିକାରେ ରହିବାକୁ ପସନ୍ଦ ହିଁ କରି ନାହାନ୍ତି। ରତନ ସବୁଠାରୁ ପଡ଼ ପରୋପକାରୀ ଓ ଦାନବୀର ଭାବେ ପ୍ରତିଷ୍ଠିତ ଥିଲେ। କିନ୍ତୁ ଧନୀ ତାଲିକାରୁ ଦୂରେଇ ରହିଥିଲେ।

୨୦୨୪ ଅଗଷ୍ଟ ୨୦ ଭିତରେ ଟାଟା ସମୂହା ମାର୍କେଟ କ୍ୟାପ୍‌ ମୋଟ ୨୯ଟି କମ୍ପାନୀ ମଧ୍ୟରେ ରହିଥିଲା। ଟାଟାର ମୋଟ ବଜାର ପଞ୍ଜିକରଣ ଆନୁମାନିକ ୩୩.୭ ଲକ୍ଷ କୋଟି ଟଙ୍କା ଅଟେ। ଟାଟାର ବୈଶିକ ସଫଳତା ପରେ ବି ରତନ ଟାଟାଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ତୁଳନାରେ କମ୍‌ ଅଟେ। ରତନଙ୍କ ମୋଟ ସମ୍ପତ୍ତି ୩୮୦୦କୋଟି ଟଙ୍କା ଅଟେ। ଏହାର ଅର୍ଥ ତାଙ୍କର ମୋଟ ସମ୍ପତ୍ତି ଟାଟା ସମୂହର କମ୍ପାନିର ମୋଟ ସମ୍ପତ୍ତି ଠାରୁ ୦.୫୦ ଶତକଡା ବି ନୁହେଁ।

ଜାମସେଦ ଟାଟାଙ୍କ ପରେ ରତନ ଟାଟା ସବୁଠାରୁ ବଡ ଦାନବୀରଙ୍କ ମଧ୍ୟରୁ ଜଣେ । ଟାଟା ଗ୍ରୁପ୍ର ନେତୃତ୍ୱରେ ଭାରତରେ ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି । ଜାମସେଦଜୀଙ୍କ ପରେ ରତନ ଟାଟା ମଧ୍ୟ ଦାନ କରିବାରେ ପଛରେ ନ ଥିଲେ । କରୋନାରେ ସାରା ଦେଶ ଜୁଝୁ ଥିବାବେଳେ ୨୦୨୦ ମାର୍ଚ୍ଚରେ ଟାଟା ଗ୍ରୁପ ଦେଶକୁ ୫୦୦ କୋଟି ଟଙ୍କା ଦାନ କରିଥିଲା । ଯାହା ଭାରତୀୟ ବ୍ୟବସାୟିକ ପରିବାର ଦ୍ବାରା କରାଯାଇଥିବା ସବୁଠାରୁ ବଡ ଦାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରୋଜଗାରର ୬୬ ପ୍ରତିଶତ ଦାନ କରିଥିଲେ।

ରତନ ଟାଟା ତାଙ୍କ ରୋଜଗାରର ୬୦-୭୦% ଦାନ କରୁଥିଲେ। ରତନ ଟାଟା ଅନେକ ସମୟରେ ଅସହାୟ ଲୋକଙ୍କୁ ଦାନ କରି ମାନବିକତା ଦେଖାଇଥିଲେ। ୨୦୧୪ରେ ଆଇଆଇଟି ବମ୍ବେରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ୯୫ କୋଟି ଟଙ୍କା ଦାନ କରିଥିଲେ । ସେ କୋରେଲ ବିଶ୍ୱବିଦ୍ୟାଳୟକୁ ମଧ୍ୟ ୨୮ ମିଲିୟନ ଡଲାର ଦାନ କରିଥିଲେ। ସେ ରୋଜଗାର କରୁଥିବା ମୋଟ ଟଙ୍କାରୁ ସେ କେବଳ ଦାନ କରିବାରେ ଖର୍ଚ୍ଚ କରୁଥିଲେ। ତେଣୁ ସେ କେବେ ଧନୀ ତାଲିକାରେ ଯୋଡି ହୋଇପାରି ନ ଥିଲେ।

Share