Categories: ଫୁରସତ

୮୩ ବର୍ଷ ବୟସରେ ରତନ ଟାଟା ଶିଖୁଛନ୍ତି ଏହି କାମ, ଜାଣିଲେ କରିବେ ପ୍ରଶଂସା

ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ରତନ ଟାଟା ଉଦ୍ୟୋଗ ଜଗତରେ ବେଶ୍‌ ପରିଚିତ ନାମ। ତାଙ୍କ ବିଷୟରେ ଏମିତି କିଛି ଖାସ୍‌ କଥା ଅଛି, ଯାହା ଅନେକ ଲୋକ ଜାଣିନାହାନ୍ତି। ବ୍ୟବସାୟରୁ ଦୂରେଇ ଆଜିକାଲି ସୋସିଆଲ ମିଡିଆରେ ସେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଏବେ ଇନ୍‌ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କର କେଉଁଥିରେ ରୁଚି ରହିଛି ସେ ବିଷୟରେ କହିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

୮୩ ବର୍ଷୀୟ ରତନ ଟାଟା ଦୁଇଦିନ ତଳେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପିଆନୋପୋର୍ଟ ବଜାଉଥିବାର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଏହାକୁ ପିଲାଦିନେ ଶିଖିଥିଲି। ମୁଁ ଏବେ ପୁଣି ଶିଖିବା ପାଇଁ ନିଷ୍ପତ୍ତି ନେଇଛି। ଅବସର ପରେ ମୋତେ ଜଣେ ଭଲ ପିଆନୋ ଶିକ୍ଷକ ମିଳିଥିଲେ। ମାତ୍ର ମୁଁ ଧ୍ୟାନ ଦେବାକୁ ଅସମର୍ଥ ଥିଲି। ଆଗାମୀ ଦିନରେ ପୁଣି ପିଆନୋ ବଜାଇବାକୁ ଚାହୁଁଛି। ଅବସର ପରେ ରତନ ଟାଟା କାର୍‌ ଚଳାଇବା, ଏରୋପ୍ଲେନ୍‌ ଚଳାଇବା, ବହି ପଢ଼ିବା ଏବଂ ପିଆନୋ ବଜାଇବା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି।

ତାଙ୍କର ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏଥିରେ ଲାଇକ୍‌ କମେଣ୍ଟର ବନ୍ୟା ଦେଖିବାକୁ ମିଳିଛି। କିଛି ୟୁଜର ଲେଖିଛନ୍ତି, ବହୁତ ଭଲ କାମ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି କୌଣସି କାମରେ ବୟସର ମାନେ ନାହିଁ। ସବୁକିଛି ସମ୍ଭବ। ଆଉ କିଛି ୟୁଜର ରତନ ଟାଟାଙ୍କ ଏହି ପୋଷ୍ଟକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରିଥିବା ଦେଖିବାକୁ ମିଳିଛି।

Share