କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା

ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ ଚାଲିଛି । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଶନିବାର ଉଦ୍ଦ୍ୟୋଗପତି ରତନ ଟାଟା ତାଙ୍କର ପ୍ରଥମ ଡୋଜ୍ କରୋନା ଟିକା ନେଇଛନ୍ତି । ଟିକା ନେବା ପରେ ରତନ ଟାଟା ଟୁଇଟ୍ କରି କହିଛନ୍ତି ମୁଁ ମୋର ପ୍ରଥମ ଡୋଜ୍ ଟିକା ନେଇଥିବାରୁ ଧନ୍ୟବାଦ ଜଣାଉଛି । ଏହାଖୁବ୍ ସହଜ ଓ ଯନ୍ତ୍ରଣା ବିହିନ । ତେଣୁ ସମସ୍ତେ ଏହି ଟିକା ନେବାକୁ ଆଗେଇ ଆସି ନିଜକୁ ସୁରକ୍ଷୀତ ରଖିବା ଭଲ । ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବଲିଉଡ୍ କଳାକାର ଆଦି ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି । ଆଉ ସମସ୍ତେ ଟିକାକୁ ନେଇ ସକରାତ୍ମକ ମନ୍ତବ୍ୟ ବି ଦେଇଛନ୍ତି । ତେଣୁ ପୁଣିଥରେ ଯେଉଁଭଳି ଭାବେ କରୋନା ବ୍ୟାପିବାରେ ଲାଗିଲାଣି ଏହି ସମୟରେ ଆମେ ଯଥା ସମ୍ଭବ ଟିକା ନେଇଯିବା ଭଲ ।

Share