Categories: ଜାତୀୟ

ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ଦାବି: ରତନ କହିଲେ ଆପଣଙ୍କ ଭାବନକୁ ସ୍ୱାଗତ କରୁଛି

ନୂଆଦିଲ୍ଲୀ, ୬ ।୨: ସୋସିଆଲ ମିଡିଆରେ ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ବାଦି ଉଠିଛି । ଏହାକୁ ନେଇ ଟାଟା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆପଣଙ୍କ ଭାବନାକୁ ସ୍ୱାଗତ କରୁଛି ହେଲେ ଏଭଳି କ୍ୟାମ୍ପେନ ବନ୍ଦ କରିବା ଦରକାର । ଟୁଇଟ୍ କରି ରତନ ଟାଟା ଏହା କହିଛନ୍ତି । ସୂଚନାଯୋଗ୍ୟ, ଟୁଇଟର ମାଧ୍ୟମରେ ରତନ ଟାଟାଙ୍କୁ ଭାରତ ରତ୍ନ ଦେବାକୁ ଏକ ବିଶେଷ କ୍ୟାମ୍ପେନ ଚାଲିଛି । ତେବେ ମୋଟିଭେଶନାଲ ସ୍ପିକର ଡା. ବିବେକ ବିନ୍ଦ୍ରା ଯେତେବେଳେ ରତନ ଟାଟାଙ୍କୁ ଭରତ ରତ୍ନ ଦେବାକୁ ନେଇ ଏକ ଟୁଇଟ୍ କଲେ ଏହାପରେ ଏହାକୁ ରି ଟୁଇଟ୍ କରିବାକୁ ଅନୁରୋଧ କଲେ ତା’ପରଠାରୁ ଏଭଳି ଏକ କ୍ୟାମ୍ପେନ ଚାଲିଛି ।

 

Share