ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେବେ କି ରତନ ଟାଟା ? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୩୦।୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି ଯେ, ବରିଷ୍ଠ ଭାରତୀୟ ବ୍ୟବସାୟୀ ରତନ ଟାଟା ଆଫଗାନିସ୍ତାନର କ୍ରିକେଟର ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ନିଜେ ରତନ ଟାଟା ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୋର କ୍ରିକେଟ ସହିତ କୌଣସି ସମ୍ପର୍କ ନାହିଁ ଏବଂ ଏହି ଖବର ସମ୍ପୂର୍ଣ୍ଣ ନିରାଧାର ଅଟେ।’

ସୋମବାର ରତନ ଟାଟା ତାଙ୍କର ଅଫିସିଆଲ ଏକ୍ସ ଆକାଉଣ୍ଟରେ ସୋସିଆଲ ମିଡିଆରେ କରାଯାଉଥିବା ଏହି ଦାବୀକୁ ଖଣ୍ଡନ କରିଥିଲେ। ସେ କହିଥିଲେ କି ମୋ ନାଁରେ ମିଥ୍ୟା ଖବର ପ୍ରଚାର କରାଯାଉଛି। ତେଣୁ ସେ ତାଙ୍କର ଅନୁଗାମୀ ମାନଙ୍କୁ କହିଥିଲେ ଏ ପ୍ରକାର ଖବରକୁ ପ୍ରଚାର କରିବାରୁ ନିବୃତ ରୁହନ୍ତୁ। କାରଣ ଏ ବିଷୟରେ ମୁଁ ବ୍ୟକ୍ତିଗତ ଭାବେ କୌଣସି ସୂଚନା ଦେଇନାହିଁ।

ଏହା ସହିତ ସେ କହିଛନ୍ତି, ମୁଁ ଆଇସିସି କିମ୍ବା କୋଣସି ପ୍ରକାର କ୍ରିକେଟ ବ୍ୟକ୍ତି ବିଶେଷଙ୍କୁ କୌଣସି ଜରିମାନା କିମ୍ବା ପୁରସ୍କାର ଦେଇନାହିଁ। ମୋର କ୍ରିକେଟ୍ରୁ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ। ତେଣୁ ଭାଇରଲ ହେଉଥିବା ଖବର ସମ୍ପୂର୍ଣ୍ଣ ନିରାଧାର ଅଟେ।

Share