Posted inଜାତୀୟ

ସମ୍ଭ୍ରାନ୍ତ, ସ୍ବାଭିମାନୀ ବ୍ୟକ୍ତି ଥିଲେ ରତନ ଟାଟା:ଜାଣନ୍ତୁ ତାଙ୍କ କ୍ୟାରିୟର୍‌ ବିଷୟରେ…

ନୂଆଦିଲ୍ଳୀ,୧୦।୧୦:ରତନ ଟାଟା ଜଣେ ଶିଳ୍ପପତି, ପରୋପକାରୀ ଓ ସ୍ବାଭିମାନୀ ବ୍ୟକ୍ତି ଥିଲେ। ଟାଟା ଗ୍ରୁପ୍‌ ପ୍ରତିଷ୍ଠାତା ଜାମସେଦ୍‌ଜୀ ଟାଟାଙ୍କ ପୌଷ୍ୟପୁତ୍ର ସୁରଟର ନାଭାଲ ଟାଟା ଓ ସୁନି (ଜାମସେଦ୍‌ଜୀଙ୍କ ଭାଣିଜୀ) ଟାଟାଙ୍କ ଔରସରୁ ୧୯୩୭ ମସିହା ଡିସେମ୍ବର ୨୮ରେ ରତନ ଜନ୍ମଗ୍ରହଣ କରିଥିଲେ। କୋର୍ନେଲ ୟୁନିଭର୍ସିଟିରୁ ୧୯୬୧ରେ ସ୍ଥାପତ୍ୟରେ ସ୍ନାତକ ଡିଗ୍ରୀ ହାସଲ ପରେ ସେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିଥିଲେ। ଟାଟା ଷ୍ଟିଲ୍‌ରେ ରତନ ଯୋଗଦେଇ ନିଜ ବିଚକ୍ଷଣତାର ପ୍ରମାଣ ଦେଇଥିଲେ। ପରେ ରତନ ଜେ.ଆର୍‌.ଡି. ଟାଟାଙ୍କ ଉତ୍ତରାଧିକାରୀ ହୋଇ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ୧୯୯୧ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ରତନଙ୍କ ଅଧ୍ୟକ୍ଷତା ବେଳେ ଟାଟା ଗ୍ରୁପ୍‌ ଟେଟ୍‌ଲେ, ଜାଗୁଆର ଲ୍ୟାଣ୍ଡ ରୋଭର ଓ କୋରସ୍‌ ଭଳି ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିଗ୍ରହଣ କରାଯାଇଥିଲା। ପୂର୍ବରୁ ଟାଟା ଗ୍ରୁପ୍‌ର ବ୍ୟବସାୟିକ ସାମ୍ରାଜ୍ୟ ଭାରତରେ ସୀମିତ ଥିବାବେଳେ ରତନଙ୍କ ନେତୃତ୍ୱରେ ଏହା ଏକ ବୈଶ୍ୱିକ ପ୍ରତିଷ୍ଠାନରେ ପରିଣତ ହୋଇଥିଲା। ଟାଟା ଗ୍ରୁପ୍‌ ନିଜ ଆୟର ୬୦ରୁ ୬୫% ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ଦାନ କରି ବିଶ୍ୱର ଅନ୍ୟତମ ବୃହତ୍‌ ଫିଲାନ୍‌ଥ୍ରୋପିଷ୍ଟ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ରତନ ଜଣେ ସଫଳ ଇନ୍‌ଭେଷ୍ଟର ମଧ୍ୟ ଥିଲେ। ସେ ଅନେକ ସଂସ୍ଥାରେ ପୁଞ୍ଜିନିବେଶ କରିବା ସହ ବହୁ ଷ୍ଟାର୍ଟଅପ୍‌ଙ୍କୁ ସୃଷ୍ଟି କରିଥିଲେ। କୋର୍ନେଲରେ ଅଧ୍ୟୟନ ବେଳେ ରତନ ଆଲ୍‌ଫା ସିଗ୍‌ମା ଫି ଫ୍ରାଟର୍ନିଟିର ସଦସ୍ୟ ହୋଇଥିଲେ। ୨୦୦୮ରେ ସେ କୋର୍ନେଲ ୟୁନିଭର୍ସିଟିକୁ ୫୦ ନିୟୁତ ଡଲାର ଦାନ କରି ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ଅନ୍ତର୍ଜାତୀୟ ଦାତା ହୋଇଥିଲେ।

କ୍ୟାରିୟର
୧୯୭୦ ଦଶକରେ ଟାଟା ଗ୍ରୁପ୍‌ ରତନଙ୍କୁ ଏକ ପରିଚାଳନାଗତ ପଦବୀ ଦେଇଥିଲା। ସେ ନ୍ୟାଶନାଲ ରେଡିଓ ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ (ନେଲ୍‌କୋ)କୁ ଏକ ସଫଳ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଥିଲେ। ପରବର୍ତ୍ତୀ ସମୟରେ ଜେ.ଆର୍‌.ଡି. ଟାଟା ଅବସର ନେବା ପରେ ରତନ ତାଙ୍କ ଉତ୍ତରାଧିକାରୀ ହୋଇଥିଲେ। ପ୍ରଥମେ ତାଙ୍କୁ ଅନେକ ସବ୍‌ସିଡିଆରିରୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ପରେ ସେ ସଂସ୍ଥାରେ ଅବସର ବୟସ ସୀମା ସ୍ଥିର ଭଳି କ୍ଷମତା ବିକେନ୍ଦ୍ରୀକରଣର ଅନେକ ନୀତି ଆପଣାଇ ସେସବୁକୁ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ରତନ ସବୁବେଳେ ନବଉନ୍ମେଷକୁ ଗୁରୁତ୍ୱ ଦେଉଥିଲେ। ତାଙ୍କ ନେତୃତ୍ୱ, ଏହି କମ୍ପାନୀ ବ୍ୟବସାୟିକ ସାମ୍ରାଜ୍ୟକୁ ପରିବର୍ତ୍ତିତ କରିବାରେ ସହାୟକ ହୋଇଥିଲା।
ପରୋପକାର
ରତନ ଟାଟା ଶିକ୍ଷା, ମେଡିସିନ୍‌ ଓ ଗ୍ରାମାଞ୍ଚଳ ବିକାଶର ଜଣେ ଦୃଢ଼ ସମର୍ଥକ ଥିଲେ। ତାଙ୍କୁ ଭାରତରେ ଜଣେ ଆଗଧାଡ଼ିର ଫିଲାନ୍‌ଥ୍ରୋପିଷ୍ଟ ବିବେଚନା କରାଯାଏ। ରତନ ଜଳାଭାବ ଥିବା ଅଞ୍ଚଳର ଲୋକଙ୍କ ଜଳାଭାବ ଦୂର ଲାଗି ନ୍ୟୁ ସାଉଥ୍‌ ଓ୍ବେଲ୍ସ ଫାକଲ୍ଟି ଅଫ୍‌ ଇଞ୍ଜିନିୟରିଂକୁ କ୍ୟାପ୍‌ଟିଭ୍‌ ଡେଓନାଇଜେଶନ୍‌ ବିକଶିତ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ। ଆମେରିକାର ସାନ୍‌ ଡିଆଗୋସ୍ଥିତ କାଲିଫର୍ନିଆରେ ଗବେଷଣା ପାଇଁ ୨୦୧୮ରେ ସେ ଟାଟା ହଲ୍‌ ପ୍ରତିଷ୍ଠା କରିଥିଲେ। ଏହି ବିଲ୍ଡିଂ ଟାଟା ଟ୍ରଷ୍ଟ ନାମରେ ନାମିତ ହୋଇଛି। ଟାଟା ଟ୍ରଷ୍ଟ ଉକ୍ତ ଅନୁଷ୍ଠାନକୁ ୭୦ ନିୟୁତ ଡଲାର ଦାନ କରିଛି। ୨୦୧୦ରେ ଟାଟା ଗ୍ରୁପ୍‌ କମ୍ପାନୀ ସମୂହ ଓ ଟାଟା ଚାରିଟିଜ୍‌ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରେ ଏକ ଏକ୍‌ଜିକ୍ୟୁଟିଭ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ ୫୦ ନିୟୁତ ଡଲାର ଦାନ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋ ବନ୍ଧୁଙ୍କୁ ହରାଇଦେଲି: ରତନ ଟାଟାଙ୍କ ପରଲୋକରେ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଭେଟେରାନ ଶିଳ୍ପପତି ରତନଙ୍କ ଟାଟା ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଦକ୍ଷିଣ...

ସବୁଠୁ ବଡ଼ ଦାନବୀର, ରୋଜଗାରର ୭୦ ଭାଗ ଦାନ ଦେଉଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ...

ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ: ୨ ରାଜ୍ୟରେ ଦିନିକିଆ ଶୋକ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

କିଏ ହେବେ ରତନ ଟାଟାଙ୍କ ଉତ୍ତରାଧିକାରୀ? ୩୩.୭ ଟ୍ରିଲିୟନ ଟାଟା ସାମ୍ରାଜ୍ୟ ଏବେ…

ନୂଆଦିଲ୍ଳୀ,୧୦।୧୦: ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକ ଘଟିଛି। ସେ ୮୬ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଉଭୟ ବ୍ୟବସାୟ...

ତୁମେ ଛାଡି ଚାଲିଗଲ… ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଦୁଃଖଦାୟକ ପୋଷ୍ଟ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୮୬ ବର୍ଷ...

ସନ୍ଦେହରେ ଇଭିଏମ୍‌

ନୂଆଦିଲ୍ଲୀ, ୧୦।୧୦: ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ସରକାର ଅଧିକ ଆମତ୍ବିଶ୍ୱାସୀ ହୋଇଯାଇଥିଲା। କଂଗ୍ରେସ ସରକାର ଗଢ଼ିବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ...

ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି

ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ଆସବାବପତ୍ରକୁ ସିଭିଲ ଲାଇନ୍ସର ଫ୍ଲାଗଷ୍ଟାଫ୍‌ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସରୁ ଫିଙ୍ଗାଯାଇଥିବା...

ପ୍ରଥମ କ୍ୟାବିନେଟ୍‌ରେ ‘୩୭୦’ ସଂକଳ୍ପନାମା

ଶ୍ରୀନଗର,୧୦ା୧୦:ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri