Posted inଜାତୀୟ

ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ: ୨ ରାଜ୍ୟରେ ଦିନିକିଆ ଶୋକ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହେବାରୁ ରତନ ତାହାକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବୁଧବାର ରତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିବା ଟାଟା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦିଆଯିବ ବୋଲି ଜଣାପଡିଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ପାର୍ଥୀବ ଶରୀର ଦର୍ଶନ ପାଇଁ ରଖାଯିବ। ଅନ୍ତିମ ବିଦାୟ କାର୍ଯ୍ୟକ୍ରମରେ ସାମିଲ ହେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବେ। ରତନ ଟାଟାଙ୍କ ପରଲୋକଙ୍କ ମହାରାଷ୍ଟ ଏବଂ ଝଡଖଣ୍ଡ ସରକାର ଦିନିକିଆ ଶୋକ ଘୋଷଣା କରିଛନ୍ତି।

ତାଙ୍କ ପରଲୋକରେ ଭାରତର ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରି ଦେଶ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଟାଟା ସନ୍ସ ଚେୟାରମ୍ୟାନ୍‌ ଏନ୍‌. ଚନ୍ଦ୍ରଶେଖରନ୍‌ ଏକ ବିବୃତିରେ ରତନ ଟାଟାଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍‌ ତାଙ୍କୁ ‘ବନ୍ଧୁ, ପରାମର୍ଶଦାତା ଓ ମାର୍ଗଦର୍ଶକ’ ବୋଲି ଅଭିହିତ କରିଛନ୍ତି।

୧୯୩୭ ଡିସେମ୍ବର ୨୮ରେ ବ୍ରିଟିଶ୍‌ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିରେ ଶିଳ୍ପପତି ନାଭାଲ ହେରମୁସ୍‌ଜୀ ଟାଟାଙ୍କ ଔରସରୁ ରତନ ଟାଟା ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇର ଚାମ୍ପିୟନ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ଶିମ୍‌ଲାସ୍ଥିତ ବିଶପ୍‌ ଜନ୍‌ କୋନ୍ନୋନ ସ୍କୁଲ ଏବଂ ୧୯୫୫ରେ ନ୍ୟୁୟର୍କସ୍ଥିତ ରିଭରଡେଲ୍‌ କଣ୍ଟ୍ରି ସ୍କୁଲରେ ଅଧ୍ୟୟନ କରିଥିଲେ। ରତନ ୧୯୯୦ରୁ ୨୦୧୨ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୨ ଥର ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରତନ ଟାଟା ଆଜୀବନ ଅବିବାହିତ ଥିଲେ। ୨୦୧୧ରେ ସେ କହିଥିଲେ, ତାଙ୍କୁ ୪ ଥର ବିବାହ ସୁଯୋଗ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ କୌଣସି ନା କୌଣସି କାରଣରୁ ଭୟଭୀତ ହୋଇ ବିବାହକୁ ଏଡ଼ାଇ ଦେଇଥିଲେ। ରତନ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବ୍ୟବସାୟିକ ପରିଚାଳନା ସହ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିଲେ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ। ୨୦୦୦ରେ ରତନଙ୍କୁ ପଦ୍ମଭୂଷଣ ଓ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏହାବାଦ୍‌ ୨୦୦୬ରେ ମହାରାଷ୍ଟ୍ର ଭୂଷଣ ଓ ୨୦୨୧ରେ ଆସାମ ବୈଭବ ପୁରସ୍କାର ପ୍ରଦାନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବାଂଲାଦେଶର ବୟାନ ଆଧାରହୀନ, ସୂତ୍ର କହୁଛି…

ଢାକା,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୪ ଏପ୍ରିଲ, ୨୦୨୫) ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ହିନ୍ଦୁଙ୍କ ସମେତ ବାଂଲାଦେଶରେ...

ନାଁ ନ ନେଇ ଚାଇନାକୁ ଚେତାଇଲା ଶ୍ରୀଲଙ୍କା, ମୋଦିଙ୍କ ସାମ୍ନାରେ ରାଷ୍ଟ୍ରପତି କହିଲେ, ଭାରତ ବିରୋଧରେ ଏପରି…

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ...

ରାମ ନବମୀ ପୂର୍ବରୁ ଅଶାନ୍ତ ହେଲା ପଶ୍ଚିମବଙ୍ଗ, ପୂଜା ପେଣ୍ଡାଲ, ମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

କୋଲକାତା,୫।୪: ବଙ୍ଗଳାରେ ରାମନବମୀ ଶୋଭାଯାତ୍ରାର ପ୍ରସ୍ତୁତି ମଧ୍ୟରେ ଉତ୍ତର ୨୪ ପ୍ରଗଣାର ଗୋବରଡାଙ୍ଗା ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକମାନେ ଅଭିଯୋଗ କରିଛନ୍ତି ଯେ...

ପାଣିପାଗ ବିଭାଗର ବଡ଼ ଚେତାବନୀ, ଏପ୍ରିଲ, ମେ, ଜୁନରେ ହେବ ଅସହ୍ୟ, ଗରମ

ନୂଆଦିଲ୍ଲୀ,୫।୪: ଦିଲ୍ଲୀ ସମେତ ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ତା’ର ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଏହି ବର୍ଷ, ରାଜସ୍ଥାନ ଏବଂ ଗୁଜରାଟ ସମେତ...

Business Eminence Awards-2025: କଠିନ ପରିଶ୍ରମୀ ଉଦ୍ୟୋଗୀ ହେଲେ ପୁରସ୍କୃତ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...

ଟାରିଫ ଓ୍ବାରରେ ଚାଇନାକୁ ଲାଗିଛି ଜବରଦସ୍ତ ଝଟକା, କାହିଁକି ଏମିତି ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବିଷୟରେ ନିଜ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେରିକାର ଲୋକମାନେ ଯେଉଁ ସମସ୍ୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image