Posted inଜାତୀୟ

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

ମୁମ୍ବାଇ,୧୦ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ବୁଧବାର ରାତିରେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ଯେଉଁଠାରେ ବହୁ ସଂଖ୍ୟକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶେଷ ଦର୍ଶନ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ୱର୍ଲି ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକେ ଛିଡା ହୋଇ ରତନଙ୍କୁ ଅନ୍ତିମ ବିଦାୟ ଦେଉଥିଲେ। ଏକଦା ମୁମ୍ବାଇରେ ଜନ୍ମିତ ଛୋଟୁ ଟାଟା କମ୍ପାନୀକୁ ଏକ ବୈଶ୍ଵିକ ବ୍ରାଣ୍ଡରେ ପରିଣତ କରିଥିଲେ।

ରତନଙ୍କ ଶେଷ ଯାତ୍ରାରେ ଦେଶର ପ୍ରମୁଖ ରାଜନୀତିଜ୍ଞ ତଥା ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନିଙ୍କ ପରି ଶିଳ୍ପପତି ଯୋଗ ଦେଇଥିଲେ। ରତନଙ୍କ ବିୟୋଗରେ ମହାରାଷ୍ଟ୍ର ସରକାର ଦିନିକିଆ ଶୋକ ଘୋଷଣା କରିଥିଲେ। ରତନ ତାଙ୍କର ସରଳ ଜୀବନଶୈଳୀ ଏବଂ ଉଦାର ମାନବିକତା ପାଇଁ ବିଶ୍ୱରେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ଭୁପେନ୍ଦ୍ର ହୁଡାଙ୍କ ସ୍ବପ୍ନ, ପୁଅକୁ କରିପାରିଲେନି…

ଚଣ୍ଡିଗଡ଼,୧୦।୧୦: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏଥର କେବଳ କ୍ଷମତା ହରାଇବାରେ ଦୁଃଖିତ ନୁହଁନ୍ତି, ବରଂ ତାଙ୍କ ଏମପି ପୁତ୍ର ଦୀପେନ୍ଦ୍ର ସିଂ...

ଆସିଲା ହରିୟାଣାର ଶପଥ ଗ୍ରହଣ ସମାରୋହର ତାରିଖ, ୫ ଦିନ ବନ୍ଦ ରହିବ ଦୋକାନ

ଚଣ୍ଡିଗଡ଼,୧୦।୧୦: ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟାଣାର ନୂତନ ସରକାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।...

ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!

ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି।...

ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ...

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ।...

କାହିଁକି ସମ୍ପୂର୍ଣ୍ଣ ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ କହିଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରସିଦ୍ଧ ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪) ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ...

କାହିଁକି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ନୂଆଦିଲ୍ଲୀ,୧୦।୧୦: ସାଧାରଣତଃ ଆପଣ ଦେଖିଥିବେ ନେତାମାନେ ଭୋଟ ମାଗନ୍ତି, ଦଳର ସଫଳତାକୁ ଗଣନା କରନ୍ତି କିମ୍ବା ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି।...

ରାହୁଲ କହିଲେ କେଉଁ ନେତାଙ୍କ ପାଇଁ ହରିୟାଣାରେ ହାରିଲା କଂଗ୍ରେସ

ନୂଅଦେିଲ୍ଲୀ,୧୦।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟକୁ ସହଜରେ ହଜମ କରିପାରୁ ନାହିଁ। ଫଳସ୍ବରୂପ, ବିଜୟକୁ ନେଇ ଅତ୍ୟଧିକ ଆତ୍ମବିଶ୍ୱାସୀ କଂଗ୍ରେସ ମଧ୍ୟ ଏହି ଫଳାଫଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri