ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ୩ ରଥ

ପୁରୀ ଅଫିସ,୩୦।୬: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ହେଉଛି ଆଦ୍ୟପର୍ବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଥିବା ବେଳେ ଗୁରୁବାର ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଏହି ଆଜ୍ଞାମାଳ ବିଜେ ହୋଇଛି । ୩ ବାଡର ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ବିଜେ କରିଛନ୍ତି । ଆଜ୍ଞାମାଳ ବିଜେ ପରେ ଉତ୍ତର ମୋଡ଼ ନେଇ ରଥ ସିଂହଦ୍ୱାର ସାମ୍ନାରେ ଆସି ରହିବ। ପ୍ରଥମେ ନନ୍ଦିଘୋଷ, ତା’ ପର ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହେବ ବୋଲି ଜଣାପଡ଼ିଛି।

Share