ପୁରୀ ଅଫିସ,୧୦।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଗୁରୁବାର ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲଗୟଳ ପଡିଥିଲା । ଏଥିସହ ଜକଯନ୍ତ୍ର ଓ ଗୁଜ ସ୍ଥାପନ ଶେଷ ହୋଇ ଶୁକ୍ରବାର ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ୩ ରଥର ଚାରି ନାହାକା ଉଠାଇଛନ୍ତି ।
ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ୩ ରଥ ପ୍ରସ୍ତୁତ ହୋଇଯିବ । ଦେବସ୍ନାନ ପୂର୍ଣ୍ଣିମା ଆଗରୁ ରଥ କାର୍ଯ୍ୟ ଯଥେଷ୍ଟ ଶେଷ ହୋଇଛି। ଦେବସ୍ନାନପୂର୍ଣ୍ଣିମା ଦିନ ତିନିରଥର ଚାରିନାହାକା ଉଠିବାକୁ ଟାର୍ଗେଟ ଥିବା ବେଳେ ଏହା ଯଥେଷ୍ଟ ପୂର୍ବରୁ ଶେଷ ହୋଇଛି।